ନୂଆବର୍ଷରେ ଏହି ରାଜ୍ଯ କର୍ମଚାରୀଙ୍କୁ ମିଳିଲା ନୂଆ ଉପହାର, ବର୍ଦ୍ଧିତ ଦରମା ସହିତ ମିଳିବ ୬ ମାସର ବେତନ

ନୂଆବର୍ଷ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି। ଛତିଶଗଡ ସରକାର ରାଜ୍ଯ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ବର୍ଦ୍ଧିତ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୭ମ ବେତନ କମିଶନ ଅନୁଯାୟୀ, ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ଯ କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦ ଠାରୁ ଜାନୁଆରୀ ପର୍ଯ୍ଯନ୍ତ ବର୍ଦ୍ଧିତ ଦରମା ମିଳିବ। ଯାହାର ଫାଇଦା ରାଜ୍ଯର ୫ ଲକ୍ଷ କର୍ମଚାରୀଙ୍କୁ ହେବ।

ରାଜ୍ଯ ସରକାରଙ୍କ ନିଷ୍ପତ୍ତି ପରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗ ପାଇଁ ଆଦେଶ ଜାରି କରାଯାଇଛି। ଯାହା ପରେ ସମ୍ବନ୍ଧିତ ବିଭାଗ ନିଜ ନିଜ କର୍ମଚାରୀଙ୍କ ଦରମା ଦେବା କାର୍ଯ୍ଯ ଆରମ୍ଭ କରିଛନ୍ତି। ଏହି ନିଷ୍ପତ୍ତି ସରକାର ପୂର୍ବରୁ ଜୁଲାଇରୁ କରିଥିଲେ। କିନ୍ତୁ କରୋନା ଯୋଗୁଁ କର୍ମଚାରୀଙ୍କୁ ନୂଆ ଦରମା ମିଳିନଥିଲା।

money

ରାଜ୍ଯ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମସ୍ତ ସରକାରୀ ସ୍ବାଗତ ଜଣାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ଯ ସରକାର ୩୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ମଧ୍ୟ ଉଠାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.