ସାମ୍ନାକୁ ଆସିଲା ବିରୁଷ୍କାଙ୍କ କୁନି ଝିଅର ପ୍ରଥମ ଝଲକ୍‌, ବିରାଟଙ୍କ ଭାଇ ସେୟାର କଲେ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି ସୋମବାର ଏକ ଶିଶୁ କନ୍ୟାର ମାତାପିତା ହୋଇଛନ୍ତି। ତାଙ୍କ ଘରକୁ ଆସିଛି କୁନି ଅତିଥି। ଏନେଇ ବିରାଟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ମାତ୍ର ଏବେ ବିରାଟଙ୍କ ଝିଅର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି।

 

View this post on Instagram

 

A post shared by Vikas Kohli (@vk0681)

ବିରାଟଙ୍କ ଭାଇ ବିକାଶ କୋହଲି ନିଜ ଝିଆରୀକୁ ସ୍ୱାଗତ କରିବା ଅବସରରେ ଏକ ଫଟୋ ସେୟାର କରିଛନ୍ତି। ବିକାଶ ସେୟାର କରିଥିବା ଫଟୋରେ କୁନି ଝିଅର ମୁହଁ ନୁହେଁ, ବରଂ ପାଦ ନଜର ଆସିଛି। ଲୋକମାନେ ଏହି ଫଟୋକୁ ଦେଖି କହୁଛନ୍ତି ଯେ ଏହା ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଝଲକ୍‌। ବିକାଶ ଫଟୋ ସେୟାର କରି ଲେଖିଛନ୍ତି ଆମ ଘରକୁ ଏଞ୍ଜେଲ ଆସିଥିବାରୁ ଘରେ ସମସ୍ତେ ବହୁତ ଖୁସି ଅଛନ୍ତି। ବିକାଶ ଝିଅର ପାଦ ଫଟୋ ସହ ୱେଲ୍‌କମ୍‌ ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.