ବାସି ରୁଟି ଖାଇବାକୁ ଇଚ୍ଛା ନଥିଲେ ଫିଙ୍ଗନ୍ତୁ ନାହିଁ, ସ୍କ୍ରବ୍‌ ତିଆରି କରି ଲଗାନ୍ତୁ ମୁହଁରେ

ଯେତେ ହିସାବ କରି କଲେ ମଧ୍ୟ ପ୍ରାୟ ଲୋକଙ୍କ ଘରେ ରୁଟି ବଳିଯାଏ। ଏହି ରୁଟିକୁ ପର ଦିନ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏଣୁ ଗାଈକୁ ଦେଇଦିଅନ୍ତି ନଚେତ୍‌ ଫିଙ୍ଗି ଦିଅନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ବାସି ରୁଟି ସାହାଯ୍ୟରେ ତ୍ୱଚାର ଯତ୍ନ ମଧ୍ୟ ନେଇପାରିବେ। ବଳକା ରୁଟି ସାହାଯ୍ୟରେ ଆପଣ ଡେଡ୍‌ ସ୍କିନ୍‌ ସେଲ୍ସ ବାହାର କରିପାରିବେ। ତେବେ ଆସନ୍ତୁ ଜାଣିବା ବାସି ରୁଟିରୁ କେମିତି ତିଆରି କରିବେ ଫେସ୍‌ ସ୍କ୍ରବ୍‌…

ପ୍ରଥମେ ଗୋଟେ ରୁଟିକୁ ଟିକେ ଖଦଡ଼ା ରଖି ଗ୍ରାଣ୍ଡିଂ କରି ଦିଅନ୍ତୁ। ଏଥିରେ ସେଓକୁ ପୂରା ଗୁଣ୍ଡ ଗୁଣ୍ଡ କରି ବା କଦୁକସ୍‌ କରି ମିଶାନ୍ତୁ। ଏବେ ଏଥିରେ ଦୁଇ ଚାମଚ ଦହି ଓ ଅଧ ଚାମଚ ଚନ୍ଦନ ପାଉଡର ମିଶାଇ ଗୋଳାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ସର୍କୁଲାର ମୋଶନ୍‌ରେ ଘଷନ୍ତୁ। ଏଭଳି ଅବସ୍ଥାରେ ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ବାସି ରୁଟିର ସ୍କ୍ରବ୍‌ ତ୍ୱଚାକୁ ଅକ୍ସିଡେଣ୍ଟ କରେ ଓ ଛିଦ୍ର ସଫା କରିଥାଏ। ଏଥିସହ ତାହାକୁ ହାଇଡ୍ରେଟ୍‌ ଓ ମଶ୍ଚରାଇଜ୍‌ କରେ। ଫଳରେ ତ୍ୱଚା ଦାଗମୁକ୍ତ ଓ ମୁଲାୟମ ରହେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.