Below header

ବ୍ରିଜ୍‌‌ ଭୁଶୁଡିବା ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ, ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ସେଣ୍ଟ୍ରିଂ ଦୁର୍ବଳ ଯୋଗୁ ଘଟିଥିଲା ଅଘଟଣ

ଉମରକୋଟ: ସେଣ୍ଟ୍ରିଂ ଦୁର୍ବଳ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଭୁଷୁଡିଥିଲା ଉମରକୋଟ ତାଳପଦର ନିର୍ମାଣାଧୀନ ବ୍ରିଜ୍‌ । ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏହା ଜଣାପଡ଼ିଛି । ହେଲେ ନିମ୍ନମାନର ଜିନିଷ ବ୍ୟବହାର ହୋଇଛି କି ନାହିଁ ସେନେଇ ଯାଞ୍ଚ ଚାଲିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌ ସୁରେଶ ମିଶ୍ର ଓ ଚିଫ୍‌ ଇଞ୍ଜିନିୟର ଅକ୍ଷୟ ପ୍ରଧାନ ଘଟଣାସ୍ଥଳରେ ପହଁଞ୍ଚି ନମୁନା ସଂଗ୍ରହ ସହ ବିଭିନ୍ନ ଯାଞ୍ଚ କରିଛନ୍ତି ।ତାଳପଦର ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଘଟଣା ନେଇ ଠିକାଦାର, ଜେଇ ଓ ଏସଡିଓଙ୍କ ନାଁରେ ଏତଲା ଦାୟର ହୋଇଛି । ସେମାନେ ଏବେ ଫେରାର ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.