ବରଗଡ଼: ବରଗାଁରୁ ଉଦ୍ଧାର ହେଲା ଆହତ ଅଜଗର ସାପ

ବରଗଡ଼(କେନ୍ୟୁଜ୍): ବରଗଡ଼ ସଦର ବ୍ଲକ ବରଗାଁ ଠାରେ ଉଦ୍ଧାର ହେଲା ଏକ ବିରାଟ ଅଜଗର ସାପ। ବରଗାଁର ଏକ ବିଲରେ ସାର ଦେଉଥିବା ସମୟରେ ଜଣେ ଚାଷୀ ସାପକୁ ମାଡ଼ିଦେବାରୁ ସାପଟି ଚାଷୀଙ୍କ ଗୋଡ଼ରେ ଗୋଡ଼େଇ ହୋଇଯାଇଥିଲା ।  ତେବେ ଚାଷୀ ଜଣକ ଭୟରେ ପାଟି କରିବାରୁ ଆଖପାଖ ଲୋକେ ଧାଇଁ ଆସିଥିଲେ ଓ ସାପର ମୁଣ୍ଡକୁ ବାଡ଼ିରେ ମାଡ଼ ମାରିବାରୁ ସାପଟି ଚାଷୀଙ୍କ ଗୋଡ଼କୁ ଛାଡ଼ି ଦେଇଥିଲା ।

ତେବେ ଗ୍ରାମବାସୀ ସ୍ନେକ ହେଲ୍ପ ଲାଇନ ସାହାଯ୍ୟରେ ଉକ୍ତ ସାପକୁ ଉଦ୍ଧାର କରି ବରଗଡ଼ ଭେଟେନେରି ଡାକ୍ତରଙ୍କ ନିକଟକୁ ଚିକିତ୍ସାପାଇଁ ଆଣିଥିଲେ। ଆହତ ଅଜଗରଟିର ଉତ୍ତମ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ଭେଟେନେରୀ ହସ୍ପିଟାଲର ଅଧିକାରୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଭେଟେନେରୀ କଲେଜକୁ ପଠାଇଛନ୍ତି।  ସାପଟି ୯ ଫୁଟ ଲମ୍ବର ହୋଇଥିବା ବେଳେ ପାଖାପାଖି ୨୫ କେଜି ଓଜନ ଥିବା ଭେଟେନେରୀ ଡ଼ାକ୍ତର ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.