ରାଇସ୍‌ ମିଲ୍‌ ପ୍ରତିନିଧିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ, ମାଡ଼ି ବସିଲା ଭିଜିଲାନ୍ସ

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ । ଲାଞ୍ଚ ନେବା ବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ରାଇସ୍‌ ମିଲ୍‌ ପ୍ରତିନିଧିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଥିଲା ଭୁବନେଶ୍ୱର ଭିଜିଲାନ୍ସ ଟମ୍‌ । ଭୁବନେଶ୍ୱର ଭୋଇନଗର ସ୍ଥିତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।

ଏପଟେ ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟ ଗାର୍ଡ । ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗିର ପାଟଣାଗଡ଼ ରେଞ୍ଜର ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ୱାଇଁ । ଶ୍ରମିକଙ୍କ ବକେୟା ଅର୍ଥର ମାଷ୍ଟରରୋଲ ତିଆରି କରିବା ପାଇଁ ନେଉଥିଲେ ୧୬ ହଜାର ଟଙ୍କା ଲାଞ୍ଚ । ଏହାପେର ଲକ୍ଷ୍ମୀ ନାରାୟଣଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.