କେନ୍ଦ୍ରାପଡ଼ା: ପାଣି ବଦଳରେ ନଳକୂପରୁ ବାହାରିଲା ଗ୍ୟାସ୍, ଦିଆସିଲି ମାରିଲେ ଲାଗିଲା ନିଆଁ
କେନ୍ଦ୍ରାପଡ଼ା(କେନ୍ୟୁଜ): ପାଣି ବଦଳରେ ନଳକୂପରୁ ବାହାରିଲା ଗ୍ୟାସ୍। ଦିଆସିଲି ମାରିଲେ ନିଆଁ ଲାଗିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହରଶୋବଳା ଗାଁରେ ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା। ପାନୀୟ ଜଳ ପାଇଁ ଗାଁର ନାରାୟଣ ମହାପାତ୍ର ତାଙ୍କ ଘର ଆଗରେ ଏକ ନୂଆ ନଳକୂପ ବସାଇଥିଲେ। ଏଥିରେ ୧୩୦ଫୁଟ୍ ପାଇପ୍ ବ୍ୟବହାର କରିବାରୁ ତା ଭିତରୁ ଗ୍ୟାସ୍ ବାସନା ଆସିଥିଲା। ସନ୍ଦେହ ହେବାରୁ ନଳକୂପରେ ଦିଆସିଲି ମାରିବାରୁ ହୁ ହୁ ହୋଇ ନିଆଁ ଜଳିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।