ଗ୍ୟାସ୍ ସମସ୍ୟା ଭୋଗୁଛନ୍ତି କି ! ଆପଣାନ୍ତୁ ଏହି ଉପାୟ
ବର୍ତ୍ତମାନର ଆଧୁନିକ ଓ ବ୍ୟସ୍ତ ଜୀବନଶୈଳୀ ଯୋଗୁ ଲୋକମାନେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇପାରୁନାହାନ୍ତି। ଫଳରେ ଅସମୟରେ ବିଭିନ୍ନ ଦୂରାରୋଗରେ ପୀଡିତ ହେଉଛନ୍ତି। ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଯୋଗୁ ଦେଖାଯାଉଥିବା ଏକ ସାଧାରଣ ବେମାରୀ ହେଉଛି ଗ୍ୟାସ। ତେବେ ଗ୍ୟାସ୍ ହେବାର କାରଣ ଓ ନିରାକରଣ ଉପରେ ଲୋକଙ୍କ ଅଧିକ ଜ୍ଞାନ ନ ଥିବାରୁ କେଉଁ ଖାଦ୍ୟ ଖାଇବା ଉଚିତ କଣ ଖାଇବା ଅନୁଚିତ ସେ ସମ୍ପର୍କରେ ସେମାନେ ଜାଣିପାରିନଥାନ୍ତି, ଏଣୁ ରୋଗ ଅଧିକ ବଢିଯାଏ। ଯଦି ଆପଣ ମଧ୍ୟ ଗ୍ୟାସ ସମସ୍ୟା ଭୋଗୁଛନ୍ତି ତେବେ ନିମ୍ନ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ;
ଗ୍ୟାସ ସୃଷ୍ଟି କରୁଥିବା ଖାଦ୍ୟଦ୍ରବ୍ୟ
ଫୁଲକୋବି ଓ ବନ୍ଧାକୋବିରେ ମଧ୍ୟ ଅଧିକ ରେଫିନୋଜ ଥାଏ। ଏହାଦ୍ୱାରା ଗ୍ୟାସ ହୋଇଥାଏ।
ଚିନାବାଦାମରେ ସୁଗାର ରେଫିନୋଜ ଥାଏ ଯାହା ହଜମ ହେବାକୁ ଅଧିକ ସମୟ ନେଇଥାଏ, ଫଳରେ ଗ୍ୟାସ ସମସ୍ୟା ଦେଖାଦିଏ।
କ୍ଷୀର ପିଇବା ଦ୍ୱାରା ଗ୍ୟାସ ହୁଏ।
ଆଳୁରେ ଅଧିକ ଶ୍ୱେତସାର ଥିବାରୁ ଆଳୁ ଖାଇଲେ ଗ୍ୟାସ ହୋଇଥାଏ।
ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଉପୁଜେ।
ଗ୍ୟାସ କରାଉଥିବା ପ୍ରମୁଖ କାରଣ
ରାତିରେ ଡେରିରେ ଶୋଇ ସକାଳେ ଡେରିରେ ବିଛଣା ଛାଡିବା ଦ୍ୱାରା ଗ୍ୟାସ ହୋଇଥାଏ।
ଅତ୍ୟଧିକ ଚିନ୍ତା ଏବଂ କ୍ରୋଧ ଯୋଗୁଁ ପାଚନକ୍ରିୟାରେ ବାଧା ଦେଖାଦିଏ ଫଳରେ ଗ୍ୟାସ ସମସ୍ୟା ବଢିଥାଏ।
ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରିବା ଦ୍ୱାରା ହଜମକ୍ରିୟା ଠିକ ଭାବେ ହୋଇନପାରି ଗ୍ୟାସ ହୋଇଥାଏ।