Below header

ନବରଙ୍ଗପୁର: ଚିତ୍ରାଙ୍ଗ ନଦୀରେ ଭାସିଯାଇ ବୃଦ୍ଧା ମୃତ, ନଦୀ ପାର ହୋଇ ଫେରୁଥିବା ବେଳେ ଭାସିଯାଇଥିଲେ ସନମତି

ନବରଙ୍ଗପୁର(କେନ୍ୟୁଜ): ଚିତ୍ରାଙ୍ଗ ନଦୀରେ ଭାସିଯାଇ ବୃଦ୍ଧା ମୃତ । ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏକମ୍ବା ଗାଁରେ । ମୃତକ ହେଲେ ସନମତି ଗୌଡ଼ । ନଦୀ ପାର ହୋଇ ଫେରୁଥିବା ବେଳେ ନଦୀରେ ଭାସିଯାଇଥିଲେ ସନମତି । ପରେ ଗ୍ରାମବାସୀ ଓ ଦମକଳ ବାହୀନି ମିଶି ଖୋଜା ଖୋଜି କରିବା ପରେ ଅପରାହ୍ଣରେ ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ସମ୍ପର୍କରେ ଡାବୁଗାଁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.