୯୫ ପ୍ରତିଶତ ସଫଳ ମିଶନ୍‌ ଚନ୍ଦ୍ରାୟନ-୨, ପୁଣି ଥରେ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ନେଇ ଉଦ୍ୟମ ଜାରି

ମିଶନ୍‌ ଚନ୍ଦ୍ରାୟନ-୨ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି । ଯଦିଓ ଚନ୍ଦ୍ରରେ ପାଦ ଥାପିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କିନ୍ତୁ ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରାୟନ-୨ ସହିତ ଯାଇଥିବା ଅର୍ବିଟର୍‌ ନିଜ କକ୍ଷପଥରେ ଅବସ୍ଥାପିତ ହୋଇ ସାରିଛି । ଏହା ଆସନ୍ତା ୭ ବର୍ଷ ପାଇଁ କାମ କରିବ । ଏହି ଉପଗ୍ରହରୁ ଚନ୍ଦ୍ରପୃଷ୍ଠ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇପାରିବ । ପୁଣି ଥରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ନେଇ ଉଦ୍ୟମ ଜାରି ରହିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି । ଲ୍ୟାଣ୍ଡର ବିକ୍ରମ ସହିତ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସଂପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ସେ କହିଛନ୍ତି, ଚନ୍ଦ୍ରାୟନ-୨ ଅତ୍ୟନ୍ତ ଜଟିଳ ମିଶନ ଥିଲା । ୭ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.