ସମ୍ବଲପୁର: ଆଉ ୨୪ ଘଣ୍ଟା ବନ୍ଦ ରହିବ ଇଣ୍ଟରନେଟ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ସମ୍ବଲପୁର ଜିଲ୍ଲାରେ ଆଉ ଦିନେ ବଢ଼ିଛି ଇଣ୍ଟରନେଟ୍‌ ବନ୍ଦ ଅବଧି । ଆସନ୍ତାକାଲି ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । କେବଳ ରେଢ଼ାଖୋଲ, ଜମନକିରା, କୁଚିଣ୍ଡା, ବାମରା, ଜୁଯୁମୁରା, ରେଙ୍ଗାଲି ଅଞ୍ଚଳରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଇଛି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ ଅଧିକ କୋହଳ ହେଲା କର୍ଫ୍ୟୁ । ଆଜିଠାରୁ ଦିନରେ ଆଉ କଟକଣା ନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ କରାଯାଇଥିବାରୁ ଖୋଲିଛି ଦୋକାନବଜାର । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ଗୋବିନ୍ଦତୋଲା, ଗୋଲବଜାର, ଅଇଁଠାପାଲି , ବସଷ୍ଟାଣ୍ଡ ଆଦି ମାର୍କେଟ ସମ୍ପୂର୍ଣ ଖୋଲା ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେପାରୀ ସେମାନଙ୍କ ଜିନିଷ କିଣାବିକା କରୁଛନ୍ତି ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ଆଉ ଦିନେ ବଢ଼ିଛି ଇଣ୍ଟରନେଟ୍‌ ବନ୍ଦ ଅବଧି । ଆସନ୍ତାକାଲି ୧୦ଟା ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । କେବଳ ରେଢ଼ାଖୋଲ, ଜମନକିରା, କୁଚିଣ୍ଡା, ବାମରା, ଜୁଯୁମୁରା, ରେଙ୍ଗାଲି ଅଞ୍ଚଳରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍‌ ସେବା ପ୍ରଦାନ କରାଯାଇଛି l ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦୀର୍ଘ ୬ ଦିନ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ବିିଭିନ୍ନ ବର୍ଗର ଲୋକଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ୨୨ ତାରିଖରେ ଇଦ୍‌-ଉଲ୍‌-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.