ପୋଲିସ୍ ପାଲରେ ପଡ଼ିଲେ ୧୦ ଅନ୍ତଃରାଜ୍ୟ ଡକାୟତ

ଝାରସୁଗୁଡ଼ା (କେନ୍ୟୁଜ୍) : ୧୦ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ଟଙ୍କା, ୩ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, ୭ଟି ମୁଖା ଓ ୧୧ଟି ମୋବାଇଲ ପୋଲିସ୍ ଜବତ କରିଛି।

ଗତକାଲି ରାତିରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ନିକଟରେ ଡକାୟତମାନେ ଏକାଠି ହୋଇ ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର । ୩ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଡକାୟତ ଦଳ ରାଜ୍ୟର ପ୍ରମୁଖ ସହରମାନଙ୍କରେ ବଡ଼ବଡ଼ ଡକାୟତି କରିଥିବା ପୋଲିସ ସୂଚନା ଦେଇଛି। ଦଳର ସଦସ୍ୟ ମୁଖ୍ୟତଃ ବ୍ୟାଙ୍କ ସମ୍ମୁଖରେ ରହି ଗ୍ରାହକଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କ ଠାରୁ ଲୁଟ୍ କରୁଥିଲେ ବୋଲି ଝାରସୁଗୁଡା ଏସ.ପି.ଓ କୈଳାସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.