କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଲାଗି ରହିଛି ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): କେବେ ଯୋଗ ଦେବେ ନୂଆ ଡିଜିପି ଅଭୟ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅଭୟଙ୍କ ନିଯୁକ୍ତି ନେଇ ଗତ ୨୦ ତାରିଖ ଦିନ ଘୋଷଣା ହୋଇଥିଲା। କିନ୍ତୁ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଯୋଗ ଦେବାକୁ ଆଉ ୪ -୫ ଦିନ ସମୟ ଲାଗିପାରେ। ଅଭୟ ଏବେ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଏହା ଏକ ଆଇପିଏସ୍‌ ସ୍ତରର ଲେଭଲ ୧୬ ପଦବୀ। ଅଭୟଙ୍କୁ ନ୍ୟାସନାଲ ପୋଲିସ ଏକାଡେମୀ ମୁଖ୍ୟ ଭାବେ ଜୁନ ୨୦୨୧ ପର୍ଯ୍ୟନ୍ତ ନିଯୁକ୍ତି ମିଳିଥିଲା। ଏବେ ଯେହେତୁ ତାଙ୍କ ନିଯୁକ୍ତିର ଅବଧି କମିବ ତେଣୁ ତାଙ୍କ ସମ୍ପର୍କିତ ଫାଇଲ, କେନ୍ଦ୍ରର ଆପଏଣ୍ଟମେଣ୍ଟ କମିଟି ଅଫ କ୍ୟାବିନେଟ ପାଖକୁ ଯିବ। ଆପଏଣ୍ଟମେଣ୍ଟ କମିଟି ଅଫ କ୍ୟାବିନେଟ୍‌ର ସଦସ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ। ତେଣୁ ଆପଏଣ୍ଟମେଣ୍ଟ କମିଟି ଅଫ କ୍ୟାବିନେଟର କ୍ଲିଅରାନ୍‌ସ ପରେ ଅଭୟ ଆସିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.