Below header

କ୍ରିକେଟ୍‌ ମଇଦାନକୁ ଧୋନିଙ୍କ ଫେରିବା ନେଇ ପୁଣି କଳ୍ପନା ଜଳ୍ପନା, ରବି ଶାସ୍ତ୍ରୀ କହିଲେ ଏମିତି

କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନି ଖୁବ ଶୀଘ୍ର ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ।  ଆସନ୍ତା ବର୍ଷ ଅର୍ଥାତ ୨୦୨୦ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ୱର୍ଲଡ -୧୧  ଏସିଆ-  ୧୧ ମଧ୍ୟବର୍ତ୍ତୀ ମ୍ୟାଚ ଗୁଡିକରେ ସେ ଅଂଶ ଗ୍ରହଣ କରିବେ ।  ଏହା ବାଦ ୭ଜଣିଆ ଭାରତୀୟ ଟିମ ଖେଳିବେ ବୋଲି ଏକ ପ୍ରକାର ସ୍ଥିର ହୋଇଛି ।  ସେମାନଙ୍କ ଭିତରେ ଅଛନ୍ତି ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି,ରୋହିତ ଶର୍ମା, ଯଶପ୍ରୀତ ବୁମରାହା, ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜା ।  କହିରଖିବା ଉଚିତ ହେବ କି ୨୦୧୯ ମସିହା ବିଶ୍ୱକପର ସେମି ଫାଇନାଲ ମ୍ୟାଚରେ ନିଉଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବା ପରେ ଧୋନି ୱେଷ୍ଟଇଣ୍ଡିଜ ଗସ୍ତରୁ ବିରାମ ନେଇ ନିଜ ଫୋୖଜର ଡ୍ୟୁଟି କରିବାକୁ ଯାଇଥିଲେ ।

ଏହା ସହ ପଢନ୍ତୁ: ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପରାଜୟ ନେଇ ଅଧିନାୟକ ବିରାଟ କୋହଲି ଦେଲେ ବଡ଼ ବୟାନ୍‌, କହିଲେ କାହିଁକି ହାରିଥିଲା ଦଳ

ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ଓ ଏକ ଦିବସୀୟ ମ୍ୟାଚ ସମାପ୍ତ ନ କରିବା ପର୍ଯ୍ୟନ୍ତ ଧୋନି ନିଜ ପ୍ରସିକ୍ଷଣରେ ହିଁ ଥିଲେ ।  ଆଉ ମଧ୍ୟ ଧୋନି ଦକ୍ଷିଣ ଆଫ୍ରିକା ବିରୋଧ ଟି-୨୦ ସିରିଜରେ ମଧ୍ୟ ନିଜକୁ ଦୂରେଇ ରଖିଥିଲେ ।  ବାଂଲାଦେଶ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଜାମୁଦ୍ଦିନ ଏକ ସାକ୍ଷାତ କାରରେ କହିଛନ୍ତିକି ତାଙ୍କ ଟିମ ବର୍ତ୍ତମାନ ଏସିଆ ୧୧ ଓ ୱର୍ଲଡ ୧୧ ଭିତରେ ଅନୁଷ୍ଠିତ ହେବାକୁ ଥିବା ୨ଟି ଟି-୨୦ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି ।  ତେଣୁ କାରୀ ସେ ବିସିସିଆଇ ଓ ଏସିଆ ମହାଦେଶର ଅନ୍ୟ ବୋର୍ଡ ମାନଙ୍କ ସହ ଆଲୋଚନା ଚଳାଇଛନ୍ତି ।  ଯାହାଦ୍ୱାରା ଖେଳାଳି ଏହି ୨ ମ୍ୟାଚରେ ଖେଳି ପାରିବେ ।

ତେବେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି ଯେ ଧୋନିଙ୍କ ଫେରିବା ନେଇ ଅଯଥା କଳ୍ପନା ଜଳ୍ପନା କର ନାହିଁ, ଆଇପିଏଲ୍‌ ଯାଏ ଅପେକ୍ଷା କର । ତେଣୁ ଆଗାମୀ ଆଇପିଏଲ୍‌ ପରେ ଧୋନି କ୍ରିକେଟ୍‌ରୁ ଅବସର ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.