Below header

ଇସ୍ରୋ ଆଣିଦେଇଛି ସରକାରୀ ଚାକିରି କରିବାର ସୁଯୋଗ, ଆସିଷ୍ଟାଣ୍ଟ ପଦବୀ ପାଇଁ ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ର SHAR(SDSC SHAR) ଶ୍ରୀହରିକୋଟା, ଅରୁଣାଚଳ ପ୍ରଦେଶରେ ଆସିଷ୍ଟାଣ୍ଟ ପଦରେ ଭର୍ତ୍ତି ପାଇଁ ଆବେଦନ ଚାହୁଁଛି। ଏହି ପଦ ପାଇଁ ଅଫିସିଆଲ ୱେବସାଇଟ୍‌ isro.gov.in  ନୋଟିଫିକେସନ୍‌ ଜାରି କରାଯାଇଛି।

ଇସ୍ରୋ ତରଫରୁ ୪୫ଟି ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ ଜାରି କରାଯାଇଛି। ଏଥିରେ ଟେକ୍ନିକାଲ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ, ଲାଇବ୍ରେରୀ, ଆସିଷ୍ଟାଣ୍ଟ ଏ ପଦବୀ ସାମିଲ ରହିଛି। ଏଥିରେ ସିଲେକ୍ଟ ହେବା ପ୍ରାର୍ଥୀଙ୍କୁ ପ୍ରତିମାସ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ଏହାସହ ପଢ଼ନ୍ତୁ: ଦହି ନା କ୍ଷୀର? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭକାରୀ

ଆସନ୍ତୁ ଜାଣିବା କେତେ ପଦବୀ ଖାଲି

ଅଟୋମୋବାଇଲ୍‌ ଇଞ୍ଜିନିୟରିଂ- ୧ ପଦ
କେମିକାଲ ଇଞ୍ଜିନିୟରିଂ- ୪ ପଦ
ସିଭିଲ୍‌ ଇଞ୍ଜିନିୟରିଂ- ୪ ପଦ
କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ- ୩ ପଦ
ଇଲେକ୍ଟି୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ- ୫ ପଦ
ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ- ୫ ପଦ
ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ସ୍ଟୁମେଣ୍ଟେସନ୍‌ ଇଞ୍ଜନିୟରିଂ- ୨ ପଦ
ମେକାନିକାଲ ଇଞ୍ଜିନିୟରିଂ- ୧୬ ପଦ
ବଏଲର ଅପରେସନ୍‌ରେ ସାର୍ଟିଫିକେସନ୍‌ ସହ ମେକାନିକାଲ ଇଞ୍ଜିନିୟରିଂ( ପୋଷ୍ଟିଂ ସ୍ଥାନ: ପ୍ରୋପେଲାଣ୍ଟ କମ୍ପ୍ଲେକ୍ସ ରସାନି ଫ୍ୟାସିଲିଟି, ରାଇଗଡ଼ ଜିଲ୍ଲା, ମହାରାଷ୍ଟ୍ର)- ୧ ପଦ

ଶିକ୍ଷାଗତ ଯୋଗ୍ୟତା:

ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ଆବେଦନ ଅର୍ଥ:

ଆବେଦନ କାରୀଙ୍କୁ ପ୍ରତ୍ୟେକ ପଦ ପାଇଁ ଆବେଦନ କରିବାକୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଏହି ଅର୍ଥ ଡେବିଟ୍‌ କାର୍ଡ ଓ ନେଟ୍‌ ବ୍ୟାକିଂ ଆଧାରରେ କରିପାରିବେ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୨୩ ନଭେମ୍ବର,୨୦୧୯ରୁ ୧୩ ଡିସେମ୍ବର,୨୦୧୯ ମଧ୍ୟରେ ଇସ୍ରୋର ଅଫିସିଆଲ ୱେବସାଇଟ୍‌ (apps.shar.gov.in )କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.