ଘରେ ସୁଇମିଂ ପୁଲ୍‌ ବନାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଲ୍ଡର, ହେଲେ କଲେ ଏଭଳି କାରନାମା

ଚାଇନା ସାମଗ୍ରୀ ବିଷୟରେ ସମସ୍ତେ ଜାଣିଥିବେ। ସେଗୁଡ଼ିକ ଲମ୍ବା ସମୟ ଧରି ରହି ନ ଥାଏ। ବହୁତ ଜଲ୍‌ଦି ହିଁ ଖରାପ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଚୀନର ଜଣେ ବିଲ୍ଡର ଲୋକଙ୍କ ରହିବା ପାଇଁ ଘର ବନାଇଥିଲେ। ଆଉ ତାକୁ ବିକ୍ରି କରିବା ସମୟରେ ଲୋକଙ୍କୁ ‘ପାର୍କ ଭ୍ୟୁ’ର ପ୍ରତିଶ୍ରୁତି ଦେଇଥିଲେ, ଯେପରି ଘରର କୌଣସି କୋଣରେ ପାର୍କ ଦେଖାଯିବ।

swi2

ଏହାପରେ ସେ ସ୍ଥାନୀୟ ଅଞ୍ଚଳରେ ଏକ ପତ୍ର ବାଣ୍ଟିଥିଲେ, ଯେଉଁଥିରେ ଲେଖାଯାଇଥିଲା, ‘The Days Pass Slowly, As You’ve Fallen Into Peach Blossom Land’। ଆଉ ଯେତେବେଳେ ଲୋକେ ସେହି ଘରକୁ ରହିବା ପାଇଁ ଗଲେ, ତାଙ୍କୁ ପାର୍କ ଦେଖାଯାଇ ନ ଥିଲା। ସୁଇମିଂ ପୁଲ୍‌ ନାଁରେ ପ୍ଲାଷ୍ଟିକ୍‌ ନିର୍ମିତ ସୁଇମିଂ ପୁଲ୍‌ ବିଲ୍ଡିଂ ସାମ୍ନାରେ ଯୋଡ଼ାଯାଇଥିଲା। ଏଠାରେ ନକଲି ସୁଇମିଂ ପୁଲ୍‌ ପୂରା ଅସଲି ଭଳି ଦେଖାଯାଉଥିଲା। ଏପରି କି, ଗୋଟିଏରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ପ୍ଲାଷ୍ଟିକ୍‌ ବ୍ରିଜ୍‌ ମଧ୍ୟ ତିଆରି ହୋଇଥିଲା।

swi23

ଏହାସହ ପଢ଼ନ୍ତୁ: ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ଏହାକୁ ଦେଖିଲା ପରେ ଲୋକେ ରାଗି ଯାଇ ସେଠାକାର ଗଣମାଧ୍ୟମକୁ ଖବର ଦେଇଥିଲେ। ଆଉ କହିଥିଲେ, ଆମେ କ’ଣ ଏହି ବ୍ଲୁ ପାଣି ମଝିରେ ଛିଡ଼ା ହୋଇଯିବୁ, ଯାହାକି ଅସଲି ନୁହେଁ। ନା ଏଠାରେ ପଥର ଅଛି, ନା ଗଛ’। ସେପଟେ ଏହି ବିଲ୍ଡିଂକୁ ବନାଇଥିବା କମ୍ପାନୀ କହିଥିଲା, ସେ କାହାକୁ ବି ପାର୍କ ଭ୍ୟୁ ଦେବାର ପ୍ରତିଶ୍ରୁତି ଦେଇ ନ ଥିଲା। ବିଲ୍ଡିଂକୁ ଚୀନ ସରକାରଙ୍କ ନିୟମ ଅନୁସାରେ ହିଁ ବନାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.