ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ

ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ । ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନହେବା ଯାଏ ସେ ଅତିରିକ୍ତ ଦାୟିତ୍ବରେ ରହିବେ । ଆଜି ସରୁଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ । ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନହେବା ଯାଏ ସେ ଅତିରିକ୍ତ ଦାୟିତ୍ବରେ ରହିବେ । ଆଜି ସରୁଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ଡିଜିପି ନିଯୁକ୍ତି ନେଇ ଏଯାଏ ୟୁପିଏସସି ବୈଠକ ହୋଇ ନଥିବାରୁ ରାଜ୍ୟ ସରକାର ଅରୁଣ ଷଡଙ୍ଗୀଙ୍କୁ ଭାରପ୍ରାପ୍ତ ପୋଲିସ ଡିଜି ନିଯୁକ୍ତ କରିଛନ୍ତି । ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ ।

ଅରୁଣ ଷଡଙ୍ଗୀ ତାଳଚେର SDPO ଭାବେ ଚାକିରି କ୍ୟାରିୟର ଆରମ୍ଭ କରିଥିଲେ। ପରେ ରାୟଗଡା, ବ୍ରହ୍ମପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ରାଉରକେଲା ଏସପି ଥିଲେ । କ୍ରାଇମବ୍ରାଞ୍ଚ ଏସପି ସହ ତାଳଚେରରେ ଉତ୍ତର କେନ୍ଦ୍ରାଞ୍ଚଳ DIG ଥିଲେ ଅରୁଣ ଷଡ଼ଙ୍ଗୀ । ପରେ ଆଇନ ଶୃଙ୍ଖଳା ଆଇଜି ଦାୟିତ୍ବ ତୁଲାଇଥିଲେ । ସୁପ୍ରିମକୋର୍ଟଙ୍କ ଅନୁସାରେ ରାଜ୍ୟ ସରକାର ବରିଷ୍ଠ ପୋଲିସ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ଦେବେ । ସେଥିରୁ ୩ ଜଣଙ୍କ ନାଁ ରାଜ୍ୟକୁ ସୁପାରିଶ କରିବେ କେନ୍ଦ୍ରୀୟ ଲୋକସେବା ଆୟୋଗ । ବରିଷ୍ଠତା ଆଧାରରେ ଆଗରେ ଅଛନ୍ତି ୧୯୮୯ ବ୍ୟାଚ୍ ଆଇପିଏସ୍ ଅଫିସର ବି. ରାଧିକା ଓ ଏ. ଏମ୍ ପ୍ରସାଦ । ତାଙ୍କ ପଛକୁ ଅଛନ୍ତି ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସ ୱାଇ. ବି ଖୁରାନିଆ । ଏମାନଙ୍କ ପଛରେ ଅଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ । ଆସନ୍ତା ସପ୍ତାହରେ ପୂର୍ଣ୍ଣକାଳୀନ ଡିଜି ନିଯୁକ୍ତ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.