ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ଳଳିତ ଦାସଙ୍କୁ ଏଡିଜି ହେଡକ୍ୱାର୍ଟର ଭାବେ ଦାୟିତ୍ୱ ମିଳିଛି। ସେହିପରି ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ ଭାବେ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇପିଏସ ଅଧିକାରୀ ଯଶବନ୍ତ ଜେଠୱାଙ୍କୁ ଏଡିଜି ଆଇନ ଶୃଙ୍ଖଳା ଭାବେ ମିଳିଛି ଦାୟିତ୍ୱ।

ips reshuffle in odisha

ସେହିପରି ଆଇପିଏସ ବିନୟତୋଷ ମିଶ୍ରଙ୍କୁ ନିର୍ଦ୍ଦେଶକ ଏସସିଆରବି ଭାବେ ନୂଆ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ସଂଜୟ କୁମାର ସିଂହଙ୍କୁ ଆଇଜି ଆଧୁନିକୀକରଣ, ରେଖା ଲୋହାନୀଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ନୂଆ ଦାୟିତ୍ୱ ସମ୍ଭାଳିବେ । ସେହିପରି ଋତୁ ଅରୋରା ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଛି। ଏହା ବ୍ୟତୀତ ରାଜେଶ କୁମାରଙ୍କୁ ଆଇଜି ଏଫଏସଏଲ ଏବଂ ଅନୁପମା ଜେମସଙ୍କୁ ଏସପି ଭିଜିଲାନ୍ସ ଭାବେ ଦାୟିତ୍ୱ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.