Below header

ରେମୁଣାରେ ଯୁବକଙ୍କୁ ହତ୍ୟା, ଟ୍ରାକ୍ଟର ମଡ଼ାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଗାଙ୍ଗପୁରାରେ ଯୁବକଙ୍କୁ ହତ୍ୟା ପରେ ଟ୍ରାକ୍ଟର ମଡ଼େଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ। ଏହି ଘଟଣାରେ ଟ୍ରାକ୍ଟର ଜବତ ସହ ଟ୍ରାକ୍ଟର ମାଲିକ ରେମୁଣା ଥାନାରେ ଅଟକ । ଗତକାଲି ବିଳମ୍ବିତ ରାତ୍ରୀରେ ଘଟିଛି ଘଟଣା ।

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଗାଙ୍ଗପୁରାରେ ଯୁବକଙ୍କୁ ହତ୍ୟା ପରେ ଟ୍ରାକ୍ଟର ମଡ଼େଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗ। ଏହି ଘଟଣାରେ ଟ୍ରାକ୍ଟର ଜବତ ସହ ଟ୍ରାକ୍ଟର ମାଲିକ ରେମୁଣା ଥାନାରେ ଅଟକ । ଗତକାଲି ବିଳମ୍ବିତ ରାତ୍ରୀରେ ଘଟିଛି ଘଟଣା । ମୃତ ଯୁବକ ହେଲେ ଗାଙ୍ଗପୁରାର ଭଗବାନ ପ୍ରଧାନ । ଘଟଣାସ୍ଥଳରେ ମୃତ ଯୁବକଙ୍କ ବାଇକ୍ ପଡ଼ିଛି।

ପରିବାର ଲୋକଙ୍କ ଅଭିଯୋଗ ଗତକାଲି ରାତିରେ ଭଗବାନଙ୍କ ସହ ଗାଁର କିଛି ଯୁବକଙ୍କ ଗଣ୍ଡଗୋଳ ଘଟିଥିଲା । ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଯୁବକଙ୍କ ମୃତ ଦେହ ଠାରୁ କିଛି ଦୂରରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ନୀଳଗିରି ଏସଡିପିଓଙ୍କ ସହ ରେମୁଣା ପୋଲିସ୍ ଟିମ୍ ଓ ସାଇଣ୍ଟଫିକ ଟିମ୍ ତଦନ୍ତ କରୁଛି । ରେମୁଣା ଥାନାରେ ଭାଗବତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ଏହି ଘଟଣାରେ ବହୁ ଯୁବକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ମୃତ ଭଗବାନ ପ୍ରଧାନ ଏକ ବର୍ଷେ ପୂର୍ବରୁ ଜେଲ୍ ରୁ ଆସିଥିବା ବେଳେ ବର୍ତମାନ ପୁଲିସ୍ ପାଖରେ ଅଟକ ଥିବା ଭାଗବତ ପ୍ରଧାନ କୁ ପୂର୍ବରୁ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.