ଦିଆସିଲିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି, ନିଆରା ଢଙ୍ଗରେ ଅର୍ପଣ କଲେ ଭକ୍ତି ଅର୍ଘ୍ୟ

ପୁରୀ ନିବାସୀ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲିରେ ଅଯୋଧ୍ୟା ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ନିରନ୍ତର ପରିଶ୍ରମ, ଉତ୍ସର୍ଗୀକୃତ କାର୍ଯ୍ୟଶୈଳୀ ଓ ଚମତ୍କାର କାରିଗରୀର ନିଦର୍ଶନ ହେଉଛି ଦିଆସିଲି କାଠିରେ ନିର୍ମିତ ଏହି ଅଯୋଧ୍ୟାର ରାମ ମନ୍ଦିର । ମନ୍ଦିରର ପରିମାପ ୭ ସେମି ଓସାର ଏବଂ ୧୪ ସେମି ଲମ୍ବ ।

ଦେଶବାସୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ଦୀର୍ଘ ପାଞ୍ଚ ସହ ବର୍ଷର ସ୍ୱପ୍ନ । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣଗାନ । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ କୋଟି କୋଟି ରାମ ଭକ୍ତ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଯାଇଛି ।

ଜାନୁୟାରୀ ୧୬ରୁ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଗତକାଲି ଗର୍ଭଗୃହରେ ପ୍ରବେଶ କରିଛନ୍ତି ରାମଲଲା । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ଏହି ଅବସରରେ ଓଡିଶା ମଧ୍ୟ ପଛରେ ନାହିଁ । ପୁରୀ ନିବାସୀ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲିରେ ଅଯୋଧ୍ୟା ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି । ନିରନ୍ତର ପରିଶ୍ରମ, ଉତ୍ସର୍ଗୀକୃତ କାର୍ଯ୍ୟଶୈଳୀ ଓ ଚମତ୍କାର କାରିଗରୀର ନିଦର୍ଶନ ହେଉଛି ଦିଆସିଲି କାଠିରେ ନିର୍ମିତ ଏହି ଅଯୋଧ୍ୟାର ରାମ ମନ୍ଦିର । ମନ୍ଦିରର ପରିମାପ ୭ ସେମି ଓସାର ଏବଂ ୧୪ ସେମି ଲମ୍ବ ।

ଏହି ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତିରେ ମୋଟ ୯୩୬ଟି ଦିଆସିଲି କାଠି ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଶାଶ୍ୱତ ଏକ ନିଆରା ଢଙ୍ଗରେ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିବାକୁ ଚାହୁଁଥିଲେ ଯେଉଁଥିପାଇଁ ସେ ନିର୍ମାଣ କରିଛନ୍ତି ଏହି ରାମ ମନ୍ଦିରର ଏହି ପ୍ରତିକୃତି । ଦିଆସିଲି କାଠିର ଏହି ଅଭିନବ ବ୍ୟବହାର କେବଳ ତାଙ୍କର ସୃଜନଶୀଳତାକୁ ଦର୍ଶାଏ ନାହିଁ ବରଂ ଶ୍ରୀରାମଙ୍କ ପ୍ରତି ଥିବା ତାଙ୍କର ଗଭୀର ଶ୍ରଦ୍ଧା ଏବଂ ସମ୍ମାନକୁ ମଧ୍ୟ ପ୍ରତିବାଦିତ କରେ । ତେବେ ଏହା ପ୍ରଥମ ଥର ନୁହେଁ ଶାଶ୍ୱତ ପୂର୍ବରୁ ମଧ୍ୟ ଦିଆସିଲି କାଠି ବ୍ୟବହାର କରି ଅନେକ କଳାକୃତି ନିର୍ମାଣ କରିଛନ୍ତି ଯାହା ଖୁବ ପ୍ରଶଂସା ସାଉଁଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.