ଇତିହାସ ରଚିଲା ଜାପାନ, ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ୫ମ ଦେଶ

ଚନ୍ଦ୍ର ପୃଷ୍ଠରେ ନାଁ ଲେଖିଲା ଜାପାନ। ଜାପାନର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଷ୍ଟିଂ ମୁନ୍ -SLIM ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି । ଭାରତ, ଆମେରିକା, ରୁଷ, ଚୀନ ପରେ ଜାପାନ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ।

ଜାପାନ ଚନ୍ଦ୍ରରେ ଅନ୍ତରୀକ୍ଷ ଯାନ ‘ମୁନ ସ୍ନାଇପର’ର ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ବିଶ୍ବର ପଞ୍ଚମ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଇତିହାସ ରଚିଛି ଜାପାନ । ଭାରତ, ଆମେରିକା, ରୁଷ, ଚୀନ ପରେ ଜାପାନ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି । ତେବେ ସ୍ପେସକ୍ରାଫ୍ଟର ସୋଲାର ପାନେଲ ଶକ୍ତି ଉତ୍ପନ୍ନ କରିପାରୁନାହିଁ । ଫଳରେ ଲ୍ୟାଣ୍ଡରରେ ଥିବା ବ୍ୟାଟେରୀ ଚାର୍ଜ କିଛି ସମୟ ମଧ୍ୟରେ ସରିଯିବ । ଏଥିପାଇଁ ଜାପାନର ମୁନ ମିଶନ ସବୁ ଲକ୍ଷ୍ୟ ହାସଲ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜାପାନର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଷ୍ଟିଂ ମୁନ୍ -SLIM- ଗତକାଲି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି । ତେବେ ଟାର୍ଗେଟ ସାଇଟର ଶହେ ମିଟର ଭିତରେ ଲ୍ୟାଣ୍ଡିଂ କରିଛି କିମ୍ବା ନାହିଁ ସେନେଇ ଜାପାନ ମହାକାଶ ଗବେଷଣା ସଂସ୍ଥା JAXA କିଛି ସ୍ପଷ୍ଟ କରିନାହିଁ ।

ଜାପାନର ଚନ୍ଦ୍ରଯାନର ନାଁ ଥିଲା ମୁନ୍ ସ୍ନାଇପର ମିଶନ । ଜାପାନର ମହାକାଶ ଗବେଷଣା ସଂସ୍ଥା ଲ୍ୟାଣ୍ଡିଂର ସିଧା ପ୍ରସାରଣ କରିଥିଲା । କିନ୍ତୁ ସ୍ପେସ୍ କ୍ରାଫ୍ଟ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ସମୟରେ ସିଧା ପ୍ରସାରଣ ବନ୍ଦ ହୋଇ ଯାଇଥିଲା । ଲ୍ୟାଣ୍ଡରର ସୋଲାର ପାନେଲ ବିଜୁଳି ଶକ୍ତି ଉତ୍ପନ କରୁନଥିବାରୁ ଆଶଙ୍କା ସୃଷ୍ଟି ହୋଇଛି । ବିଜୁଳି ଶକ୍ତି ଅଭାବରୁ ଲାଣ୍ଡରର କାର୍ଯ୍ୟକଳାପ ପ୍ରଭାବିତ ହେବ । ଆଗକୁ ପାନେଲରେ ବିଜୁଳି ଶକ୍ତି ସୃଷ୍ଟି ନେଇ JAXA ଅଧିକାରୀମାନେ ଆଶା ରଖିଛନ୍ତି ।

୧୯୬୯ରେ ଚନ୍ଦ୍ରକୁ ପ୍ରଥମେ ମାନବ ପ୍ରେରଣ କରିଥିବା ଆମେରିକାର ଏକ ମୁନ ମିଶନ ନିକଟରେ ବିଫଳ ହୋଇଥିଲା । ପ୍ରପଲସନରେ ତ୍ରୁଟି ଯୋଗୁ ପ୍ରଶାନ୍ତ ମହାସାଗର ଉପରେ ସ୍ପେସ୍ କ୍ରାଫ୍ଟ ପେରିଗ୍ରିନ ୱାନ୍ କୁ ଖସାଇ ଦେଇଥିଲାଆମେରିକା । ଅକ୍ସିଡାଇଜର ଟ୍ୟାଙ୍କରୁ ଲିକ୍ ହେବା ଯୋଗୁଁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ପାରିନଥାନ୍ତା ପେରିଗ୍ରିନ ୱାନ । ସେହିପରି ନିକଟରେ ରୁଷିଆର ମୁନ ମିଶନ ମଧ୍ୟ ବିଫଳ ହୋଇଥିଲା । ରୁଷ ପ୍ରାୟ ୪୭ ବର୍ଷ ପରେ ଚନ୍ଦ୍ରକୁ ପଠାଇଥିଲା ସ୍ପେସକ୍ରାଫ୍ଟ । ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ କ୍ରାସ ହୋଇ ଯାଇଥିଲା ରୁଷର ଲୁନା-୨୫ ସ୍ପେସକ୍ରାଫ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.