Below header

ବୋଲଗଡ ନିକଟରେ ଓଲଟିଲା ଆଇଟିବିପି ଗାଡି, ୬ ଆହତ

ବୋଲଗଡ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ଓଲଟିଲା ସୀମା ସୁରକ୍ଷା ବାହିନୀଙ୍କ ଟ୍ରକ। ଏଥିରେ ୬ ଜଣ ସାମାନ୍ଯ ଆହତ ହୋଇଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ।

ଖୋର୍ଦ୍ଧା (କେନ୍ୟୁଜ): ବୋଲଗଡ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ଓଲଟିଲା ସୀମା ସୁରକ୍ଷା ବାହିନୀଙ୍କ ଟ୍ରକ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବୋଲଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା ।

ଗାଡିଟି ଭୁବନେଶ୍ବରୁ କନ୍ଧମାଳ ଅଭିମୁଖେ କିଛି ସୀମା ସୁରକ୍ଷା ବାହିନୀଙ୍କୁ ଧରି ଯାଉଥିବା ବେଳେ ୫୭ନମ୍ବର ଜାତୀୟ ରାଜପଥର ବୋଲଗଡ ନିକଟରେ ଓଲଟି ପଡିଥିଲା ତେବେ ଏଥିରେ ୬ ଜଣ ସାମାନ୍ଯ ଆହତ ହୋଇଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ଆହତଙ୍କୁ ବୋଲଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଥିବା ବେଳେ ବୋଲଗଡ ପୋଲିସ ପହଞ୍ଚି ଘଟଣା ତଦାରଖ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.