Below header

ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କୁ ଆଇଟମ ଗାର୍ଲଙ୍କ ଅଶାଳୀନ ଇଙ୍ଗିତ

ପୁଣି ଯାତ୍ରା ମଞ୍ଚରେ ହିତାହିତ ଜ୍ଞାନ ଭୁଲି ଗଲେ ଆଇଟମ ଗାର୍ଲ। ନିଆଳି ଛେନା ଗୀତରେ ନାଚି ହୁଲୁସ୍ତୁଲ୍ କଲେ ମଞ୍ଚ। ଏହାରି ଭିତରେ ଆଗ ସିଟରେ ବସିଥିବା ଜଣେ ବରିଷ୍ଠ ନାଗରିକଙ୍କୁ କଲେ ଅଶାଳୀନ ଇଙ୍ଗିତ।

ଚାନ୍ଦବାଲି(କେନ୍ୟୁଜ୍): ପୁଣି ଯାତ୍ରା ମଞ୍ଚରେ ହିତାହିତ ଜ୍ଞାନ ଭୁଲି ଗଲେ ଆଇଟମ ଗାର୍ଲ। ନିଆଳି ଛେନା ଗୀତରେ ନାଚି ହୁଲୁସ୍ତୁଲ୍ କଲେ ମଞ୍ଚ। ଏହାରି ଭିତରେ ଆଗ ସିଟରେ ବସିଥିବା ଜଣେ ବରିଷ୍ଠ ନାଗରିକଙ୍କୁ କଲେ ଅଶାଳୀନ ଇଙ୍ଗିତ। ଯାହାକୁ ନେଇ ପ୍ରଥମେ ବରିଷ୍ଠ ନାଗରିକ ଜଣକ ବୁଝାଇଥିଲେ ଏବଂ ତଳକୁ ମୁଣ୍ଡ କରି ବସିଥିଲେ। ତଥାପି ବି ଆଇଟମ ଗାର୍ଲଙ୍କ ମନ ବୁଝିନଥିଲା। ଯାତ୍ରାପେଣ୍ଡାଲ ଉପରେ ବସି ପଡି ବରିଷ୍ଠ ନାଗରିକଙ୍କ ମୁଣ୍ଡରେ ହାତ ମାରିଥିଲେ। ତାପରେ ହଠାତ୍ ଗରମ ହୋଇଗଲା ମାହୋଲ୍। ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିଲେନି ବରିଷ୍ଠ ନାଗରିକ ଜଣକ। ଏଭଳି କଦର୍ଯ୍ଯ ବ୍ଯବହାରରେ ସେ ରାଗିଯାଇ ଜୋତା ଉଠାଇ ପିଟିବେ ବୋଲି ତାଗିଦ କରିଥିଲେ। ଯାହାର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳାରେ। ଆଉ ଯାତ୍ରା ମଞ୍ଚରେ ଆସିଥିବା ଏହି ଆଇଟମ ଗାର୍ଲ ଜଣକ ହେଉଛନ୍ତି “ପିହୁ” । ଏପଟେ ବରିଷ୍ଠ ନାଗରିକଙ୍କ ଏଭଳି ପ୍ରତିବାଦ ପରେ ତାଙ୍କୁ ଟେଲି ତାରକା ଜଣକ ମାଇକ୍ରୋ ଫୋନରେ ଯଦି ଖରାପ ଲାଗୁଛି ତେବେ ପଛକୁ ପଳାଇଯିବାକୁ କହୁଥିବା ମଧ୍ଯ ଦେଖିବାକୁ ମିଳିଛି ।

ତେବେ ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । ଯାତ୍ରାପେଣ୍ଡାଲରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥାଏ । କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି ସତ ହେଲେ ଏଭଳି ମନୋରଂଜନ ଆଳରେ ବାପତୁଲ୍ଯ ବ୍ଯକ୍ତିଙ୍କୁ ଅଶାଳୀନ ଇଙ୍ଗିତ କରିବା ସହ ଛୁଇଁବା କଣ ଠିକ୍?

ଏପଟେ ବରିଷ୍ଠକୁନାଗରିକଙ୍କ ପ୍ରତିବାଦ ପରେ ଯାତ୍ରା କମିଟିର କିଛି ଯୁବକ ତାଙ୍କୁ ଆସି ଗାଳି ଗୁଲଜ କରିଥିଲେ। ଖାଲି ସେମିତି ନୁହେଁ ଧକ୍କା ମାରି ବାହାର କରୁଥିବା ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଜଣେ ବରିଷ୍ଠ ନାଗରିକଙ୍କୁ ଏ ପ୍ରକାର ବ୍ଯବହାରକୁ ସାଧାରଣରେ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.