ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ

ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି।

ମାଲକାନଗିରି (କେନ୍ୟୁଜ): ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଗୁଳି ସାମ୍ନା କରିନପାରି ଛତ୍ର ଭଙ୍ଗ ଦେଉଥିଲେ ମାଓବାଦୀ।

ଘଟଣା ପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଦୁଇ ହାର୍ଡ କୋର ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ମୃତ ଦୁଇ ମହିଳା ମାଓବାଦୀ ନାଁ ରେ ଜଣକ ପିଛା ୧୪ ଲକ୍ଷ୍ୟ ଟଙ୍କା ଲେଖାଏଁ ମୋଟ ୨୮ ଲକ୍ଷ୍ୟ ଟଙ୍କା ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.