Below header

ଆଜିଠାରୁ ୩୦ ତାରିଖ ଯାଏଁ ଚାନ୍ଦିପୁର ITRରୁ ସିରିଜ୍‌ ପରୀକ୍ଷା ଉଡାଣ ଆରମ୍ଭ, ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ହେବେ ଅଞ୍ଚଳବାସୀ

ବାଲେଶ୍ବର(କେନ୍ୟୁଜ୍):  ଆଜିଠାରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ୍‌ ପରୀକ୍ଷାମୂଳକ ଉଡାଣ( ଏକ୍ସପେରିମେଟାଲ ଫ୍ଲାଇଟ୍‌ ଟ୍ରାଏଲ) ହେବ। ଏହି ପରିପ୍ରେକ୍ଷୀରେ ପରୀକ୍ଷଣ କେନ୍ଦ୍ର(ଏଲସି-୩)ର ଅଢେଇ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଜନସାଧାରଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଖଡୁପାହି, କୁସୁମୁଳି ପାହି, ଭୀମପୁର ପାହି, ତୁଣ୍ଡରା ପାହି, ଜୟଦେବକସବା ପାହି ଏବଂ ସାହାଜାନଗର ପାହି ଗ୍ରାମର ପ୍ରାୟ ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖଡ଼ୁପାହି ୟୁ.ପି.ସ୍କୁଲ, ତୁଣ୍ଡରା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଜୟଦେବ କସବାପାହି ବାତ୍ୟା ଆଶ୍ରୟସ୍ଥଳୀଠାରେ ଅସ୍ଥାୟୀ ଶିବିର କରଯାଇଛି।

ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ସଠିକ୍‌ ଭାବେ ଚିହ୍ନଟ ସହ ସେମାନଙ୍କୁ ମାଇକ ପ୍ରଚାର ମାଧ୍ୟମରେ ସଚେତନ କରିବା ଏବଂ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କୁ କୁହାଯାଇଥିଲା । ସ୍ଥାନାନ୍ତର ବେଳେ ଲୋକଙ୍କ ପ୍ରାପ୍ଯ ଟଙ୍କା ଗ୍ରହଣ ସମୟରେ ଲୋକମାନଙ୍କୁ ନିଜର ପରିଚୟ ପତ୍ର ଯଥା ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ଦେଖାଇବାକୁ ହେବ । ଅସ୍ଥାୟୀ ଶିବିରକୁ ଆସୁଥିବା ଲୋକଙ୍କୁ ନିଜ ସାଙ୍ଗରେ ଜରୁରୀ ଔଷଧ ଏବଂ ଖାଦ୍ୟ ଆଣିବା ପାଇଁ ସଚେତନ କରାଯାଇଛି । ଅସ୍ଥାୟୀ ଶିବିର ନିକଟରେ ଉପଯୁକ୍ତ ସୁରକ୍ଷା ବ୍ଯବସ୍ଥା ପାଇଁ ପୁଲିସ ବିଭାଗକୁ ଏବଂ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମହଜୁଦ ରହିଛି । ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ  ତତ୍ବବଧାନରେ ଅସ୍ଥାୟୀ ଶିବିର ନିକଟରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ମୁତୟନ କରାଯିବାର ବ୍ଯବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.