Below header

ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ, ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟ କ୍ୟାବିନେଟ । ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର । କ୍ୟାବିନେଟ ବୈଠକ ପୂର୍ବରୁ ବସିବ ମନ୍ତ୍ରିପରିଷଦ ବୈଠକ । ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ ହେବ। ବଜେଟକୁ ଆଜି କ୍ୟାବିନେଟ ଓ ମନ୍ତ୍ରିପରିଷଦର ଅନୁମୋଦନ ମିଳିବ।

ଦିନ ସାଢେ ୧୧ଟାରେ ଲୋକସେବା ଭବନରେ ବସିବ ଏହି ବୈଠକ । ଏହି କ୍ୟାବିନେଟ ବୈଠକରେ ୨୭ଟି ଏଜେଣ୍ଡା ରହିଛି । ଶକ୍ତି, ଉଚ୍ଚଶିକ୍ଷା, ସଂସଦୀୟ ବ୍ୟାପାର, ଷ୍ଟିଲ ଆଣ୍ଡ ମାଇନ୍ସ, ଜିଏ, କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ କ୍ୟାବିନେଟରେ ମୋହର ବାଜିବ । ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍ ବୈଠକ ହେଉଛି । ତେଣୁ ଏହି ବୈଠକରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିପାରେ ବୋଲି ସମ୍ଭାବନା ରହିଛି । ସେପଟେ ଆଜି କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏହି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା ବଜେଟରେ ମୋହର ମରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.