Below header

ତିରୁପତିରେ ଭୀଷଣ ସଡ଼କ ଦୁର୍ଘଟଣା! ଘାଟି ରାସ୍ତାରୁ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ୮ ମୃତ, ୪୫ ଆହତ

ଆନ୍ଧ୍ର ପ୍ରଦେଶର ଚିତ୍ତୁରରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣ ଲୋକଙ୍କ ମ୍ତୁ ଘଟିଛି। ଏଥିରେ ୪୫ ଜଣ ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାଠାରେ ଘଟିଛି। ପ୍ରତକ୍ଷଦର୍ଶୀଙ୍କ କହିବା ହେଲା, ଡ୍ରାଇଭରଙ୍କ ଅବହେଳା ଯୋଗୁ ବସ୍ ଘାଟି ରାସ୍ତାରୁ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ ବସ୍ ଏକ ନିର୍ବନ୍ଧ ସମାରୋହ ପାଇଁ ଯାଉଥିଲା। ଆନ୍ଧ୍ର ପ୍ରଦେଶ ମୁଖମନ୍ତ୍ରୀ ଜଗମୋହନ ରେଡ୍ଡୀ ଏହି ଦୁର୍ଘଟଣାକୁ ନେଇ ଶୋକବକ୍ତ କରିଛନ୍ତି। ସେ ମ୍ତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ଶନିବାର ବିଳମ୍ବିତ ରାତିରେ ଯେତେବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲେ, ତ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ ଏବଂ ନିଜେ ମଧ୍ୟ ଉଦ୍ଧାର କାର୍ଯରେ ଲାଗି ପଡ଼ିଥିଲେ। କିଛି ସମୟ ପରେ ପୋଲିସ, ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯରେ ବାଧା ଉପୁଜିଥିଲା। ରବିବାର ଭୋର୍ ସମୟରୁ ହିଁ ପୁଣିଥରେ ଉଦ୍ଧାର କାର୍ଯ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.