ହାପି ବାର୍ଥଡେ ରାମଚରଣ, ଜାଣନ୍ତୁ କେତେ ବର୍ଷରେ ପାଦ ଥାପିଲେ ସାଉଥର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ସୁପରଷ୍ଟାର ଆକ୍ଟର ରାମ ଚରଣ ଆଜି ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଏହାରି ଭିତରେ ଏବେ ସିନେମା ହଲରେ ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ RRR ମଧ୍ୟ ଧୂମ ମଚାଉଛି। ବାର୍ଥଡେ ମଉକାରେ ଫ୍ୟାନ୍ସ ଆରଆରଆରକୁ ବହୁତ ପସନ୍ଦ କରି ରାମଚରଣଙ୍କୁ ସୁନ୍ଦର ଉପହାର ଦେଇଛନ୍ତି।

ଆକ୍ଟର ରାମ ଚରଣଙ୍କ ଜନ୍ମ ୧୯୮୫ରେ ଚେନ୍ନାଇରେ ହୋଇଥିଲା। ସେ ସାଉଥ ସୁପରଷ୍ଟାର ଚିରଞ୍ଜୀବିଙ୍କ ପୁଅ। ରାମଚରଣ ୨୦୦୭ରେ ଆସିଥିବା ଓଡିଶାର ପୁରୀ ଜଗନ୍ନାଥଙ୍କ ଉପରେ ନିର୍ମିତ ଫିଲ୍ମ ‘ଚିରୁଥା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।
ସାଉଥରେ ନିଜର ଆକ୍ଟିଙ୍ଗର ଦବଦବା ଦେଖାଇବା ପରେ ରାମଚରଣ ଫିଲ୍ମ ‘ଜଞ୍ଜୀର’ରୁ ବଲିଉଡକୁ ଡେବ୍ୟୁ କରିଥିଲେ ନିଜର ଅଭିନୟର ଜାଦୁ ଦେଖାଇବାକୁ। କିନ୍ତୁ ବଲିଉଡରେ ତାଙ୍କୁ ସେତେଟା ସଫଳତା ମିଳିଲାନାହିଁ। କିନ୍ତୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାମ ଚରଣ ବଡ ନେମଫେମ ବନିଗଲେ। ତାଙ୍କ ନିଜ ଭିତରେ ଥିବା ଏକ ଖାସିୟତକୁ ଲୋକମାନେ ବହୁତ ଭଲ ପାଇବା ଦିଅନ୍ତି। ରାମଚରଣଙ୍କ ୩୭ତମ ଜନ୍ମଦିନରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରର ନ୍ୟାସଡେକ ବିଲ୍ଡଙ୍ଗରେ ତାଙ୍କ ହାପି ବାର୍ଥଡେର ଡିଜିଟାଲ ପୋଷ୍ଟର ଲଗାଯାଇଥିଲା।

ସାଉଥର ଅନେକ ସୁପରହିଟ ଫିଲ୍ମରେ କାମ କରିବା ପାଇଁ ରାମ ଚରଣ ଆକ୍ଟିଙ୍ଗ ସହିତ ବିଜନେସ ମଧ୍ୟ କରନ୍ତି। ସେ ଟ୍ରୁଜେଟ ଏୟାରଲାଇନର ଡାଇରେକ୍ଟର ବି ଅଟନ୍ତି। ସେ ଏହାର ଆରମ୍ଭ ୨୦୧୩ରେ କରିଥିଲେ। ଏହାର ହେଡକ୍ୱାଟର ହାଇଦ୍ରାବାଦରେ ରହିଛି। ଏହି ଏୟାରଲାଇନ ସାଉଥ୍‌ ବ୍ୟତୀତ ମହାରାଷ୍ଟ୍ର ଏବଂ ଗୋଆରେ ମଧ୍ୟ ସର୍ଭିସ ପ୍ରୋଭାଇଡ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.