Below header

ସମ୍ବଲପୁର ସଦର ମେଡିକାଲରେ ଜନ୍ମ ନେଲେ ଯୋଡାଶରୀର ଶିଶୁ କନ୍ଯା, ସ୍ବାସ୍ଥ୍ୟାବସ୍ଥା ଅଛି ଗୁରୁତର

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ସଦର ମେଡିକାଲରେ ଜନ୍ମ ନେଲେ ଯୋଡାଶରୀର ଶିଶୁ କନ୍ଯା।  ସମ୍ବଲପୁରରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସମ୍ବଲପୁର ସଦର ମେଡିକାଲରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡିଛି | ସେପଟେ ଉଭୟ ଶିଶୁକନ୍ଯାଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ଯନ୍ତ ଯୋଡି ହୋଇ ରହିଛି ।

ସୂଚନା ଅନୁସାରେ ଗତକାଲି ପ୍ରସବ ବେଦନା ହେବାରୁ ରେଙ୍ଗାଲି ଅଂଚଳର ଜଣେ ମହିଳାଙ୍କ ପରିବାର ଲୋକେ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ମହିଳା ଜଣକ ଦୁଇଟି ଶିଶୁ କନ୍ଯାଙ୍କୁ ଜନ୍ମ ଦେଇଥିଲେ।  ହେଲେ ଉଭୟଙ୍କ ଶରୀର ଯୋଡି ହୋଇ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.