ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ଇସଲାମବାଦରେ ପିଟିଆଇର ହେବ ଏକ ବିଶାଳ ରାଲି

କେନ୍ୟୁଜ୍(ବ୍ୟୁରୋ): ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନିଜ ଦଳ ପିଟିଆଇର ବହୁ ସାଂସଦ ସମର୍ଥନ କରିଛନ୍ତି । ଆଜି ଇସଲାମବାଦରେ ପିଟିଆଇର ଏକ ବିଶାଳ ରାଲି ରହିଛି । ଏହି ରାଲିକୁ ସମ୍ବୋଧନ କରିବା ଅବସରରେ ଇମ୍ରାନ୍‌ ଇସ୍ତଫା ଘୋଷଣା କରିପାରନ୍ତି । ଅନ୍ୟପଟେ ଅନାସ୍ଥା ପୂର୍ବରୁ ନିଜ ଦଳର ୫୦ରୁ ଅଧକ ସଂଘୀୟ ଓ ପ୍ରାଦେଶିକ ମନ୍ତ୍ରୀ ଗାଏବ ହୋଇଯିବା ଇମ୍ରାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି।

ସେମାନଙ୍କ ମଧ୍ୟରେ ୨୫ଜଣ ଇମ୍ରାନଙ୍କ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୨୩ଜଣ ପ୍ରାଦେଶିକ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀମାନେ ବିରୋଧୀ ଦଳ ସହ ମିଶି ଇମ୍ରାନଙ୍କ ବିରୋଧରେ ଭୋଟ ଦେବେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବୈଦେଶିକ ଚାନ୍ଦା କାରବାର ମାଲାରେ ସୋମବାର ସୁଦ୍ଧା ଗିରଫ ହୋଇପାରନ୍ତି । ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିକଟେରେ ଦାଖଲ ରିପୋର୍ଟ ଅନୁସାରେ ଇମ୍ରାନ୍‌ ବେଆଇନ ଭାବେ ବିଦେଶରୁ ୭୩ ଲକ୍ଷ ୨୨ ହଜାର ୬୭୮ ଡଲାର ମୂଲ୍ୟ ଚାନ୍ଦା ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.