ଭାରତୀୟ ବାୟୁସେନାରେ ୧୦ମ, ଦ୍ବାଦଶ ପାସ୍ ଆଶାୟୀଙ୍କ ପାଇଁ ବାହାରିଲା ଚାକିରି; ଜାଣନ୍ତୁ ସବିଶେଷ ତଥ୍ୟ…

ଭାରତୀୟ ବାୟୁସେନା ୧୦ମ ଓ ଦ୍ବାଦଶ ପାସ୍ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ହାଉସ୍ କିପିଂ ଷ୍ଟାଫ୍, ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହିନ୍ଦୀ ଟାଇପିଷ୍ଟ ଭଳି ବିଭିନ୍ନ ଗ୍ରୁପ୍ ସି ସିଭିଲ୍ ପଦ ପାଇଁ ବାୟୁସେନା ଆବେଦନ ମାଗିଛି। ଜାରି ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପୂରଣ କରାଯିବ। ଏଥିରେ ହାଉସ୍ କିପିଂ ଷ୍ଟାଫ୍, କୁକ୍, କାର୍ପେଣ୍ଟର ଓ ଏମଟିଏସର ନିଯୁକ୍ତି ବାୟୁସେନା ଷ୍ଟେଶନ ଏବଂ ବାୟୁସେନା ହସ୍ପିଟାଲରେ ହେବ। ଯେତେବେଳେ କି, ହିନ୍ଦୀ ଟାଇପିଷ୍ଟ ପଦରେ ଆଶାୟୀମାନଙ୍କ ଭର୍ତ୍ତି ସିଏଏସବି ଦିଲ୍ଲୀରେ କରାଯିବ।

ନିଯୁକ୍ତି ଅଧୀନରେ ପଦ ସଂଖା

-ହାଉସ୍ କିପିଂ ଷ୍ଟାଫ୍-୧ ପଦ

-ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ (ଏମଟିଏସ୍)-୧ ପଦ

-କୁକ୍ (ସାଧାରଣ ଗ୍ରେଡ୍)-୧ ପଦ

-ବଢ଼େଇ-୧ ପଦ

-ହିନ୍ଦୀ ଟାଇପିଷ୍ଟ-୧ ପଦ

ଏହି ନିଯୁକ୍ତି ଅଧୀନରେ ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହାଉସ୍ କିପିଂ ଷ୍ଟାଫ୍ ପଦରେ ଆବେଦନ ପାଇଁ ଆଶାୟୀମାନେ ଦଶମ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। କାର୍ପେଣ୍ଟର ପଦ ପାଇଁ ୧୦ମ ପାସ୍ ସହିତ ଆଶାୟୀମାନେ କୋଣସି ମାନତାପ୍ରାପ୍ତ ସଂସ୍ଥାରୁ କାର୍ପେଣ୍ଟର ଟ୍ରେଡରେ ଆଇଟିଆଇ କରିଥିବା ଦରକାର। କୁକ୍ ପଦ ପାଇଁ ୧୦ମ ପାସ୍ ସହିତ କାଟରିଙ୍ଗରେ ସାର୍ଟିଫିକେଟ୍ କିମ୍ବା ଡିପ୍ଲୋମା ଦରକାର। ସେହିପରି ହିନ୍ଦୀ ଟାଇପିଷ୍ଟ ପଦ ପାଇଁ ଦ୍ବାଦଶ ପାସ୍ ସହିତ କମ୍ପୁଟରରେ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍ ଏବଂ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍ ଟାଇପିଙ୍ଗ୍ ସ୍ପୀଡ୍ ରହିଥିବା ଆବଶକ।

ଏହି ପଦଗୁଡ଼ିକ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଲାଗି ଆମନ୍ତ୍ରଣ କରାଯିବ। ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ଆଶାୟୀମାନଙ୍କ ବୟସ ୧୮ରୁ ୨୫ ବର୍ଷ, ଓବିସି ୧୮ରୁ ୨୮ ବର୍ଷ ଏବଂ ଏସସି/ଏସଟି ବର୍ଗର ଆଶାୟୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଏହି ପଦଗୁଡ଼ିକ ପାଇଁ ଅଫଲାଇନ ଆବେଦନ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.