Below header

ଆଜିଠୁ ବିଜେପି ଯୁବମୋର୍ଚ୍ଚାର ‘ଜବାବ ମାଗୁଛି ଓଡ଼ିଶା’ ରଥ କାର୍ଯ୍ୟକ୍ରମ, ରାଜ୍ୟ ସରକାରଙ୍କ ବିଫଳତା ବଖାଣିବାକୁ ବିରୋଧୀଙ୍କ ରଣନୀତି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିରୋଧୀଙ୍କ ରଣନୀତି। ଆଜିଠାରୁ ବିଜେପି ଯୁବମୋର୍ଚ୍ଚା ଆରମ୍ଭ କରିଛି ‘ଜବାବ ମାଗୁଛି ଓଡ଼ିଶା’ ରଥ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଜୁଏଲ୍‌ ରାମ୍‌ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ଆନ୍ଦୋଳନର ଶୁଭାରମ୍ଭ ହୋଇଛି। ରାଜ୍ୟର ସାଢେ ୪କୋଟି ଲୋକଙ୍କ ପାଖରେ ଏହା ପହଞ୍ଚିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛି ବିଜେପି। ରାଜ୍ୟର ୧୪୭ ବିଧାନସଭା ସମେତ ଗାଁ, ପଞ୍ଚାୟତ ଓ ବ୍ଲକ ସବ଼ଡିଭିଜନରେ ପହଞ୍ଚିବ। ଏହି ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.