Below header

BJD ପ୍ରତିଷ୍ଠା ଦିବସରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ : ପଚାରିଲେ ଏହି ୯ଟି ପ୍ରଶ୍ନ

ଭୁବନେଶ୍ବର :  ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୨୧ବର୍ଷ ପୂରି ୨୨ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ। ବିଜେଡି ଶିବିରରେ ଆୟୋଜିତ ହୋଇଛି ଏକ ବିଶାଳ ସଭା। ବିଜେଡି ପ୍ରତିଷ୍ଠା ଦିବସରେ ଫାଇନାନସିଆଲ ଅଟୋନୋମି କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବିଜୁ ବାବୁ ମଧ୍ୟ ଏହି କଥା କହିଥିଲେ । ଏହା ସହ ୯ଟି ପ୍ରଶ୍ନ ପଚାରି କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ରାଜପଥ, ଟେଲିକମ୍‌, ରେଳବାଇ, ବ୍ୟାଙ୍କିଂ, କୋଇଲା, ଫସଲ ବୀମା, ଏସ୍‌ସି/ଏସ୍‌ଟି, ଇସ୍ତହାର, ଉଜ୍ଜ୍ୱଳା ପ୍ରସଙ୍ଗରେ ବର୍ଷିଛନ୍ତି । କହିଛନ୍ତି, କୋଷ୍ଟାଲ ହାଇେଓ୍ଵକୁ ଅପେକ୍ଷା କରିଛୁ । ଟେଲିକମ୍‌ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗାଁ ଗୁଡିକରେ ଗଛ ଉପରେ ଚଢିଲେ ମୋବାଇଲ ଲାଗୁଛି । ରେଲେଓ୍ଵ ସେବାରେ ଉନ୍ନତି ଆସିଛି, ତାହା ପୁଣି ପ୍ଲାଟଫର୍ମ ଟିକେଟରେ ।

ସେହିପରି ରାଜ୍ୟରେ ଜାତୀୟ ରାଜପଥର ଅବସ୍ଥା ବହୁତ ସ୍ଥାନରେ ଭଲ ନାହିଁ । ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କୋର୍ଟକୁ ଯାଇଛୁ । ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା କଥା ମଧ୍ୟ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଜ୍ଜଳା ଯୋଜନାରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ ଠିକ୍‌ ସମୟରେ ସହଯୋଗ ମିଳୁନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ନବୀନ । ଓଡ଼ିଶାବାସୀଙ୍କ ଟଙ୍କାରେ ଓଡ଼ିଶାର ଉନ୍ନତି କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.