Below header

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ, ବାଳ ସ୍ୱଧାର ଗୃହରୁ କଡା ସୁରକ୍ଷା ମଧ୍ୟରେ ଅଣାଯିବ

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ। ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ତାକୁ ହାଜର କରାଯିବ। ଅନୁଗୁଳ ବାଳ ସ୍ୱଧାର ଗୃହରୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ।

ଅଭିଯୁକ୍ତର ଲେୟର ଭଏସ ଆନାଲିସିସ୍‌ ଟେଷ୍ଟ-LVA ଟେଷ୍ଟ ପାଇଁ SIT ପକ୍ଷରୁ ଆବେଦନ କରାଯାଇଥିଲା। ଏନେଇ ଆଜି ଶୁଣାଣି ହୋଇପାରେ । ପୂର୍ବରୁ ବ୍ରେନ୍‌ ମ୍ୟାପିଂ ଓ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରିଥିଲା। ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ତଦନ୍ତ ପାଇଁ ନଭେମ୍ବର ୨୮ରେ ଗଠନ ହୋଇଥିଲା ଏସଆଇଟି । ଏହି ମାମଲାରେ ଅଭିଯୁକ୍ତ ନାବାଳକକୁ ଏବେ ଅନୁଗୁଳ ବାଳ ସୁଧାର ଗୃହରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.