Below header

ମାଓ ଡରରେ କଥାରୁ ପଲଟିଗଲେ କି ଜଗା ମୁଦୁଲି !

ମାଲକାନଗିରି (କେ ନ୍ୟୁଜ୍‌) : ସ୍ୱାଭିମାନ ଅଞ୍ଚଳରେ ମୋବାଇଲ୍‌ ସେବାକୁ ମାଓବାଦୀଙ୍କ ବିରୋଧ । ଗତ ଡିସେମ୍ବର ୧୦ ତାରିଖରେ ଏଭଳି ଏକ ନୋଟିସ୍‌ ଅରାପଦର ଠାରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଜଗା ମୁଦୁଲି ନାମକ ଜଣେ ବ୍ୟକ୍ତି ମାଓ ବିରୋଧୀ ମନ୍ତବ୍ୟ ଦେଇଥିଲେ । ତେବେ ନିଜ କଥାରୁ ପଲଟି ଯାଇ ଜଗା କହିଛନ୍ତି ମୁଁ ଏକଥା ସ୍ଥିର ମସ୍ତଷ୍କରେ କହିନାହିଁ । ଭୁଲରେ ମୋ ପାଟିରୁ ଏଭଳି କଥା ବାହାରିଥିଲା । ମାଓବାଦୀମାନେ ଜନବିରୋଧୀ ନୁହନ୍ତି ବୋଲି ସେ ନିଜ ସଫେଇରେ କହିଛନ୍ତି । ଆଉ ନିଜ ଭୁଲ ପାଇଁ ହାତ ଯୋଡ଼ି କ୍ଷମା ମାଗିଛନ୍ତି । ତେବେ ମାଓବାଦୀଙ୍କ ଭୟରେ ସେ ଏଭଳି କରିଥିବା ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.