ଚିତ୍କାର କରିବା ସହିତ ପିଲା ମଧ୍ୟ ଜନ୍ମ କରିପାରେ ଶବ

ପ୍ରତ୍ୟେକ ମଣିଷ ପାଇଁ ମୃତ୍ୟୁ ହେଉଛି ଅନ୍ତିମ ସତ୍ୟ । ଆଜି ପର୍ଯ୍ୟନ୍ତ ମୃତ୍ୟୁ ପରର ରହସ୍ୟ କେହି ଜାଣିପାରିଲେ ନାହିଁ କିନ୍ତୁ ମୃତ୍ୟୁ ପରେ ଶରୀରରେ କେଉଁ କେଉଁ ପରିବର୍ତ୍ତନ ହୋଇଥାଏ ସେ ବିଷୟରେ ଆମେ ଅଳ୍ପ ବହୁତ ନିଶ୍ଚୟ ଜାଣିଛେ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୃତ୍ୟୁ ପରେ ଶରୀରରେ ଆସୁଥିବା ପରିବର୍ତ୍ତନ ବିଷୟରେ ଯାହା ଆପଣ ପୂର୍ବରୁ କେବେ ବି ଶୁଣିନଥିବେ ।

ଶରୀରର ରଙ୍ଗ ପରିବର୍ତ୍ତନ

Image result for deadbody got blue colour

ମୃତ୍ୟୁ ପରେ ଶରୀରରେ ରଙ୍ଗ ବଦଳିବାରେ ଲାଗିଥାଏ । ବ୍ଲଡ଼ ସର୍କୁଲେସନ ବନ୍ଦ ହୋଇଯିବା କାରଣରୁ ଶରୀରର ରଙ୍ଗ ନୀଳ ପଡିଯାଇଥାଏ । ଏହା ବ୍ୟତୀତ ହିମୋଗ୍ଲୋବିନର ସ୍ତର କମ ହେବା କାରଣରୁ ଶରୀର ହଳଦିଆ ହେବାରେ ଲାଗିଥାଏ ।

ଆଖି ଓ ଜିଭ ବାହାରକୁ ବାହାରି ପଡିବା

Related image

ଆପଣ ଅନେକଥର ଶୁଣିଥିବେ ଯେ ମୃତ୍ୟୁପରେ ଶରୀରରୁ ଆଖି ବାହାରି ପଡିଥାଏ । ପ୍ରକୃତରେ ଏପରି ହେବାର କାରଣ ହେଉଛି ମୃତ୍ୟୁ ପରେ ଶରୀରର ଇଣ୍ଟେଷ୍ଟାଇନସରେ ତିଆରି ହେଉଥିବା ଗ୍ୟାସ ଏବଂ ଭିତରେ ଅର୍ଗାନ ଗୁଡିକ ସଢ଼ିବାରେ ଲାଗିଥାଏ । ଏହାବ୍ୟତୀତ ପାଟି ଭିତର ଝାଳ ହେବା କାରଣରୁ ଜିଭ ମଧ୍ୟ ବାହାରକୁ ଆସିଯାଇଥାଏ ।

ଶବବି କରେ ଚିତ୍କାର

Image result for deadbody eyes and tongue of the body goes out

ଅନେକଥର ପୋଷ୍ଟମର୍ଟମ କରିବା ସମୟରେ ଶରୀରରୁ ଅନେକ ପ୍ରକାର ଶବ୍ଦ ଶୁଣିବାକୁ ମିଳିଥାଏ । ମୃତ୍ୟୁପରେ ଶରୀର ଭିତରେ ରହିଥିବା ବ୍ୟାକ୍ଟେରିଆ ଗୁଡିକ ଗ୍ୟାସ ସୃଷ୍ଟି କରିଥାନ୍ତି ଯେଉଁ କାରଣରୁ ଶରୀରର ଭୋକାଲ ମସଲସ ଗୁଡିକ ସଂପ୍ରସାରଣ ହୋଇଥାଏ । ଏଥିପାଇଁ ଶରୀର ଭିତରର ଅଙ୍ଗ ଗୁଡିକ ଚିତ୍କାର କରିବାରେ ଲାଗିଥାନ୍ତି ।

ଶରୀର ଆଡକୁ ଆକର୍ଷିତ ହୋଇଥାନ୍ତି ଅନେକ ଜୀଵ

Image result for insects in man deadbody

ବ୍ୟାକ୍ଟେରିଆ ଏବଂ ଫଙ୍ଗସ ବ୍ୟତୀତ ଅନେକ ପ୍ରକାର ଜୀଵ ଯେପରିକି ମାଛି ଇତ୍ୟାଦି ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ଆକର୍ଷିତ ହୋଇ ଆସନ୍ତି । ଏହା ବ୍ୟତୀତ ପିମ୍ପୁଡି ଓ ଅନେକ ପ୍ରକାର ପୋକ ମଧ୍ୟ ଏକ ଶବ ଆଡକୁ ଆଟ୍ରାକ୍ଟ ହୋଇଥାନ୍ତି ।

ମୃତ୍ୟୁ ପରେ ମଧ୍ୟ ଶବ ଦେଇପାରେ ପିଲା ଜନ୍ମ

Image result for deadbody can give birth child

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୃତ୍ୟୁ ପରେ ମଧ୍ୟ ଏକ ଶବ ପିଲାଜନ୍ମ ଦେଇପାରେ । ଏହି ପ୍ରକ୍ରିୟାକୁ ‘କଫିନ ବାର୍ଥ’ ବୋଲି କୁହାଯାଇଥାଏ । ଏଥିରେ ଗର୍ଭବତୀ ଥିବା ମହିଳାଙ୍କର ମୃତ୍ୟୁ ହେବାପରେ ମଧ୍ୟ ଶରୀର ଆପେ ଆପେ ପିଲା ଜନ୍ମ ଦେଇଥା । ମୃତ୍ୟୁପରେ ଶରୀରରେ ସୃଷ୍ଟି ହେଉଥିବା ଗ୍ୟାସ ପିଲାକୁ ମା ପେଟଭିତରୁ ବାହାରକୁ ଧକ୍କା ଦେଇଥାଏ । ଦୁନିଆରେ କଫିନ ବାର୍ଥ ମାମଲା ଖୁବ କମ ଦେଖିବାକୁ ମିଳିଛି । ଯଦିଓ ଏହି ପ୍ରକ୍ରିୟାରେ ଅଧିକାଂଶ ପିଲାଙ୍କର ମୃତ୍ୟୁ ହୋଇଯାଇଥାଏ । ୨୦୦୭ ମସିହାରେ ଭାରତରେ ଜଣେ ମହିଳା ମୃତ୍ୟୁ ପରେ ଏକ ଜୀବିତ ପିଲା ଜନ୍ମ ଦେଇଥିଲେ । ଜନ୍ମହେବା ପରେ ମଧ୍ୟ ପିଲାଟି ମହିଳାଙ୍କ ଶରୀର ସହିତ ଯୋଡି ହୋଇ ରହିଥିଲା ।

ମମିରେ ପରିଣତ ହୋଇଯାଏ ଶବ

Image result for deadbody turned mummy

କିଛି ସ୍ୱତନ୍ତ୍ର ଇକୋ-ଜୋନସରେ ରଖିବା ଦ୍ୱାରା ଶବଗୁଡିକ ଉପରେ ତାଙ୍କୁ ସଢାଉଥିବା ବ୍ୟାକ୍ଟେରିଆ ମାନଙ୍କର କୌଣସି ପ୍ରଭାବ ପଡେନାହିଁ । ଏପରିସ୍ଥଳେ ଶବଟି ପ୍ରାକୃତିକ ଭାବେ ମମିରେ ପରିଣତ ହୋଇଯାଇଥାଏ । ଅନେକ ଥର ଦେଖିବାକୁ ମିଳିଥାଏ ଯେ ବରଫ କିମ୍ବା ଲୁଣା ମରୁଭୂମିରୁ ମିଳୁଥିବା ଶବଗୁଡିକରେ ବେଶି କିଛି କ୍ଷୟକ୍ଷତି ହୋଇନଥାଏ ।

ଚମଡା ପରି ଶକ୍ତ ହୋଇଯାଏ ଶରୀର

Image result for deadbody becomes tough

ଯଦି ଶବ ଉପରେ କପଡା କିମ୍ବା କୋଣସି ଜିନିଷ ଘୋଡା ନଯାଏ ତାହେଲେ କିଛି ସମୟ ପରେ ଏହା ଶୁଖି ଟାଣ ହୋଇଯାଇଥାଏ । ସେଥିପାଇଁ ମୃତ୍ୟୁପରେ ପୂରା ଶରୀରକୁ ଢାଙ୍କି ରଖା ଯାଇଥାଏ ।

ଶରୀରରୁ ଅଲଗା ହୋଇଯାଏ ଚର୍ମ

Related image

ମୃତ୍ୟୁପରେ ଶରୀରର ସ୍କିନ ଢିଲା ହୋଇଯାଇଥାଏ । ଶରୀର ଭିତରେ ଗ୍ୟାସ ସୃଷ୍ଟି ହେବା ପରେ ଏକ ଏପରି ସମୟ ଆସିଥାଏ ଯେତେବେଳେ ହାଡରୁ ସ୍କିନ ଏବଂ ମସଲ୍ସ ଗୁଡିକ ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.