Below header

ପୁରୁଷଙ୍କ ତୁଳନାରେ ଛୋଟ ହୋଇଥାଏ ମହିଳାଙ୍କ ବ୍ରେନ୍‌, ଜାଣନ୍ତୁ ମସ୍ତିଷ୍କ ସହ ଜଡ଼ିତ କିଛି ଅଜଣା ତଥ୍ୟ

ମସ୍ତିଷ୍କ ବା ବ୍ରେନ୍‌ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାକୁ ନିର୍ଦ୍ଦେଶ ଦେଇଥାଏ। ଥରେ ବ୍ରେନ୍‌ ଅଚଳ ହୋଇଗଲେ ଜୀବିତ ବ୍ୟକ୍ତି ମଧ୍ୟ ମୃତ ବ୍ୟକ୍ତି ସହ ସମାନ ହୋଇଥାଏ। ଏଣୁ ସବୁବେଳେ ମସ୍ତିଷ୍କକୁ ସୁରକ୍ଷା ଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମସ୍ତିଷ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ତ ସମସ୍ତେ ଜାଣନ୍ତି କିନ୍ତୁ ବ୍ରେନ୍‌ ସହ ଜଡ଼ିତ କେତେକ ରୋଚକ କଥା ଖୁବ୍‌ କମ୍‌ ଲୋକ ଜାଣନ୍ତି। ଆସନ୍ତୁ ଜାଣିବା ମସ୍ତିଷ୍କ ସମ୍ବନ୍ଧୀୟ କେତେକ ଅଜଣା ତଥ୍ୟ:

୧. ମହିଳାଙ୍କ ତୁଳନାରେ ପୁରୁଷଙ୍କ ବ୍ରେନ୍‌ ୧୦ ପ୍ରତିଶତ ବଡ଼।
୨. ଆମ ବ୍ରେନ୍‌ ସବୁବେଳେ ୧୨ରୁ ୨୫ ଓ୍ଵାଟ୍‌ ଭଳି ଇଲେକ୍ଟ୍ରିସିଟି ଜେନେରେଟ୍‌ କରିଥାଏ। ଏହି ପାଓ୍ଵାରରେ ଏକ ଛୋଟ ଏଲ୍‌ଇଡି ବଲ୍‌ବ ଜଳିପାରେ।
୩. ବ୍ରେନ୍‌ରେ ଥିବା ବ୍ଲଡ୍‌ ଭେସେଲ୍‌ ବା ରକ୍ତ କୋଷିକାର ମୋଟ ଲମ୍ବ ୬୪୫ କିଲୋମିଟର।
୪. ବ୍ରେନ୍‌ର ଆକାର ଧୀରେ ଧୀରେ କମି କମି ଯାଉଛି। ଗତ ୨୦ ହଜାର ବର୍ଷ ମଧ୍ୟରେ ଏହାର ଆକାର ଟେନିସ୍‌ ବଲ୍‌ ଭଳି କମିଯାଇଛି।
୫. ବ୍ରେନ୍‌କୁ କଷ୍ଟ ହୁଏ ନାହିଁ। ବ୍ରେନ୍‌ ଅପରେସନ୍‌ ବେଳେ ଆନାସ୍ଥେସିଆ ଆବଶ୍ୟକ ହୋଇନଥାଏ। କିନ୍ତୁ ମୁଣ୍ଡର ସ୍କାଲ୍ଫ ପାଇଁ ଆନାସ୍ଥେସିଆ ଜରୁରୀ।

୬. କମ୍ପ୍ୟୁଟରରେ ସିପିୟୁ ଯେଉଁଭଳି ଭାବେ କାମ କରିଥାଏ, ବ୍ରେନ୍‌ ପାଇଁ ନ୍ୟୁରାନ୍ସ ସେଭଳି କାମ କରେ। ମଣିଷର ମସ୍ତିଷ୍କରେ ୧୦ ହଜାର କୋଟି ନ୍ୟୁରାନ୍ସ ରହିଛି। ୩୫ ବର୍ଷ ପରେ ପ୍ରତିଦିନ ୭୦୦୦ ନ୍ୟୁରାନ୍ସ ହ୍ରାସ ପାଏ।
୭. ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ୧୩୦୦ରୁ ୧୪୦୦ ଗ୍ରାମ ହୋଇଥାଏ।
୮. ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ବ୍ରେନ୍‌ର ଓଜନ ସାଧାରଣ ପୁରୁଷଙ୍କ ବ୍ରେନ୍‌ ତୁଳନାରେ ୧୦ ପ୍ରତିଶତ କମ୍‌ ଥିଲା। କିନ୍ତୁ ନ୍ୟୁରାନ୍ସର ଡେନ୍‌ସିଟି ଅଧିକ ଥିଲା। ଏଣୁ ତାଙ୍କ ବ୍ରେନ୍‌ ଅଧିକ ଆକ୍ଟିଭ୍‌ ଥିଲା।
୯. ହ୍ୟୁମାନ୍‌ ବ୍ରେନ୍‌ରେ ୭୫ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ। ଏଣୁ ଶରୀରରେ ଜଳୀୟାଂଶ କମିଗଲେ ବ୍ରେନ୍‌ କାମ କରିବା ବନ୍ଦ କରିଦେଇଥାଏ।
୧୦. ଦିନ ଅପେକ୍ଷା ରାତିରେ ବ୍ରେନ୍‌ ଅଧିକ ଆକ୍ଟିଭ୍‌ ରହିଥାଏ।

brain୧୧. କୋଲୋଷ୍ଟ୍ରୋଲର ସମ୍ପର୍କ କେବଳ ହାର୍ଟ ସହ ନଥାଏ। ବରଂ ଶରୀରରେ ଥିବା କୋଲୋଷ୍ଟ୍ରୋଲର ୨୫ ପ୍ରତିଶତ ବ୍ରେନ୍‌ରେ ରହିଥାଏ। ବ୍ରେନ୍‌ ପାଇଁ ଏହା ଜରୁରୀ ହୋଇଥାଏ।
୧୨. ବ୍ରେନ୍‌ର ଓଜନ ଶରୀରର ଓଜନର ପ୍ରାୟ ୨ ପ୍ରତିଶତ ହୋଇଥାଏ। କିନ୍ତୁ ଏହା ଶରୀରରେ ଥିବା ଅମ୍ଳଜାନ ଓ କ୍ୟାଲୋରୀର ୨୦ ପ୍ରତିଶତ ଖର୍ଚ୍ଚ କରେ।
୧୩. ଜଣେ ମଣିଷର ମସ୍ତିଷ୍କ ୫ ବର୍ଷ ବୟସରେ ୯୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଏ ଓ ୧୮ ବର୍ଷ ବେଳକୁ ଶତ ପ୍ରତିଶତ ବିକଶିତ ହୋଇଯାଏ।
୧୪. ଜଣେ ଗର୍ଭବତୀ ମହିଳାର ମସ୍ତିଷ୍କର ନ୍ୟୁରାନ୍ସର ଗଣତି ୨,୫୦,୦୦୦ ନ୍ୟୁରାନ୍‌ ପ୍ରତି ମିନିଟ୍‌ ହିସାବରେ ବଢ଼େ।
୧୫. ମସ୍ତିଷ୍କର ନ୍ୟୁରାନ୍‌ର ସଂଖ୍ୟା ବୃଦ୍ଧି ପାଇଁ ଆପଣ ଏ ସମ୍ବନ୍ଧୀୟ ଏକ୍ସରସାଇଜ୍‌ ବି କରିପାରିବେ।

୧୬. ପଢ଼ିବା ଓ କହିବା ଦ୍ୱାରା ଶିଶୁଙ୍କ ମସ୍ତିଷ୍କ ଅଧିକ ବିକଶିତ ହୋଇଥାଏ।
୧୭. ଯେତେବେଳେ ଆପଣ କାହା ମୁହଁକୁ ଅଧିକ ମନ ଦେଇ ଦେଖୁଛନ୍ତି ସେତେବେଳେ ଆପଣ ମୁଣ୍ଡର ଡାହାଣ ଭାଗର ଉପଯୋଗ କରିଥାନ୍ତି।
୧୮. ଶରୀରର ଭିନ ଭିନ୍ନ ଅଙ୍ଗକୁ ଭିନ୍ନ ସମୟରେ ମସ୍ତିଷ୍କ ନିର୍ଦ୍ଦେଶ ପହଞ୍ଚିଥାଏ। କେଉଁ ଘଟଣାର ସୂଚନା ୦.୫ ମିଟର ପ୍ରତି ସେକେଣ୍ଡ ବେଗରେ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚୁଥିବା ବେଳେ ଆଉ କିଛିର ସୂଚନା ୧୨୦ ମିଟର ପ୍ରତି ସେକେଣ୍ଡ ବେଗରେ ପହଞ୍ଚିଥାଏ।
୧୯. ମସ୍ତିଷ୍କର ଡାହାଣ ପାର୍ଶ୍ୱ ଶରୀରର ବାମ ପଟକୁ ନିୟନ୍ତ୍ରଣ କରୁଥିବା ବେଳେ ମସ୍ତିଷ୍କର ବାମ ପାର୍ଶ୍ୱ ଶରୀରର ଡାହାଣ ପଟକୁ ନିୟନ୍ତ୍ରଣରେ ରଖିଥାଏ।
୨୦. ଯେଉଁ ଶିଶୁ ପାଞ୍ଚ ବର୍ଷର ହେବା ପୂର୍ବରୁ ଦୁଇଟି ଭାଷା ଶିଖିଯାଇଥାଏ ସେମାନଙ୍କ ମସ୍ତିଷ୍କର ସରଞ୍ଚନା ଭିନ୍ନ ହୋଇଥାଏ।

୨୧. ସାଧାରଣ ମଣିଷର ମସ୍ତିଷ୍କରେ ପ୍ରତିଦିନ ୬୦,୦୦୦ଟି ଚିନ୍ତା ଆସିଥାଏ।
୨୨. ହସିବା ବେଳେ ମସ୍ତିଷ୍କର ପ୍ରାୟ ୫ଟି ଅଂଶ ଏକାଠି କାମ କରିଥାଏ।
୨୩. ମସ୍ତିଷ୍କର ଆକାର ଓ ଓଜନ ଏହାର ଶକ୍ତି ଉପରେ କୌଣସି ପ୍ରଭାବ ପକାଇନଥାଏ।
୨୪. ମଣିଷର ମସ୍ତିଷ୍କ ଖୁବ୍‌ ନରମ ହୋଇଥାଏ। ଏହାକୁ ସହଜରେ ଛୁରୀରେ କାଟି ହେବ।
୨୫. ମସ୍ତିଷ୍କରେ ୧,୦୦,୦୦୦ ମାଇଲ୍‌ ଲମ୍ବା ରକ୍ତବାହିକା ରହିଛି।

୨୬. ମସ୍ତିଷ୍କକୁ ୪ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ଅମ୍ଳଜାନ ନ ମିଳିଲେ ମଧ୍ୟ ଏହା ରହିପାରିବ କିନ୍ତୁ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ନ ମିଳିଲେ ବ୍ରେନ୍‌ ଡ୍ୟାମେଜ୍‌ ହୋଇପାରେ।
୨୭. ମସ୍ତିଷ୍କର କ୍ଷେତ୍ରଫଳ ପ୍ରାୟ ୧୫୦୦ରୁ ୩୦୦୦ ବର୍ଗସେଣ୍ଟିମିଟର ହୋଇଥାଏ।
୨୮. ବୈଜ୍ଞାନିକଙ୍କ କହିବାନୁସାରେ ବ୍ରହ୍ମାଣ୍ଡର ସବୁଠାରୁ ଜଟିଳ ଓ ରହସ୍ୟମୟ ଜିନିଷ ହେଉଛି ମଣିଷର ମସ୍ତିଷ୍କ।
୨୯. ମଣିଷ ମସ୍ତିଷ୍କରେ ଏକ ସେକେଣ୍ଡରେ ୧ ଲକ୍ଷ ରାସାୟନିକ ପ୍ରତିକ୍ରିୟା ହୋଇଥାଏ।
୩୦. ଶରୀରର ସବୁଠାରୁ ଚର୍ବି ଥିବା ଅଙ୍ଗ ହେଉଛି ମସ୍ତିଷ୍କ।

୩୧. ମସ୍ତିଷ୍କ ବିଷୟରେ ସର୍ବପ୍ରଥମେ ୬୦୦୦ ବର୍ଷ ପୂର୍ବ ଜଣାପଡ଼ିଥିଲା।
୩୨. ପୁରୁଷ ଓ ମହିଳାଙ୍କ ମସ୍ତିଷ୍କର ସରଞ୍ଚନା ଭିନ୍ନ ଭିନ୍ନ ହୋଇଥାଏ।
୩୩. ମସ୍ତିଷ୍କର କୋଷିକା ବଦଳିଗଲେ ମଣିଷର ସ୍ମୃତି ଶକ୍ତି ମଧ୍ୟ ବଦଳିଯାଏ।
୩୪. ମସ୍ତିଷ୍କର ୪୦ ପ୍ରତିଶତ ଭାଗର ରଙ୍ଗ ଗ୍ରେ ହୋଇଥିବା ବେଳେ ବାକି ୬୦ ପ୍ରତିଶତ ଧଳା ହୋଇଥାଏ।
୩୫. କମ୍ପ୍ୟୁଟର ଠାରୁ ମଧ୍ୟ ଅଧିକ ସ୍ପିଡ୍‌ରେ ଆମ ମସ୍ତିଷ୍କ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.