Below header

ଅଷ୍ଟ୍ରେଲିଆରେ ୫ ଦିନ ଭିତରେ ମରାଯିବ ୧୦ ହଜାର ଓଟ!

ଗତ କିଛି ମାସ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନିଅାଁ ଅନେକ ଲୋକ ଏବଂ ହଜାର ହଜାର ଜୀବଜନ୍ତୁଙ୍କ ଜୀବନ ନେଇସାରିଲାଣି। ବହୁ ଲୋକ ନିଅାଁ ସଂସ୍ପର୍ଶରେ ଆସି ଆହତ ହେବା ସହ ଶତାଧିକ ଘରଦ୍ୱାର ଉଜୁଡ଼ିଗଲାଣି। ଦେଶର ସରକାର ବନ୍ୟଜନ୍ତୁଙ୍କୁ ବଞ୍ଚାଇବା ଏବଂ ନିଅାଁକୁ ଆୟତ୍ତ କରିବା ପାଇଁ ଏକ ବଡ଼ ଧରଣର ଉଦ୍ଧାର କାଯ୍ୟର୍ ଜାରି ରଖିଛନ୍ତି। ସେପଟେ ଏହି ଅଘଟଣ ସହ ଜଡ଼ିତ କିଛି ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

cam1

ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚଯ୍ୟର୍ ହୋଇଯିବ। ଅଷ୍ଟ୍ରେଲିଆରେ ୧୦ ହଜାର ଓଟଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାର ପ୍ରମୁଖ କାରଣ ହେଉଛି, ଓଟ ଅଧିକ ପାଣି ପିଇବା। ପ୍ରକୃତ କଥା ହେଲା, ଏଭଳି ଆଦେଶ ଦକ୍ଷିଣ ଅଷ୍ଟ୍ରେଲିଆ ଅଞ୍ଚଳର ଜଣେ ଆଦିବାସୀ ନେତା ଦେଇଛନ୍ତି।

cam2

ଗଣମାଧ୍ୟମର ରିପୋର୍ଟ ମୁତାବକ, ଦେଶରେ ମରୁଡ଼ି ତଥା ଜଳାଭାବ ସମସ୍ୟାକୁ ଏଡ଼ାଇବା ପାଇଁ ହଜାର ହଜାର ଜଙ୍ଗଲି ଓଟଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ପ୍ରଶାସନର କହିବା ହେଲା, ଓଟମାନେ ଅଧିକ ପାଣି ପିଇଯାଆନ୍ତି। ଏଥିପାଇଁ ବୁଧବାରଠାରୁ ପ୍ରଫେଶନାଲ୍‌ ଶୁଟର ହେଲିକାପ୍ଟର ଜରିଆରେ ଓଟଙ୍କୁ ହତ୍ୟା କରିବେ।

cam4

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଓଟ ଗ୍ଲୋବାଲ୍‌ ଓ୍ଵାର୍ମିଂରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସାଧାରଣତଃ, ଓଟମାନେ ବର୍ଷକୁ ଏକ ଟନ୍‌ କାର୍ବନ୍‌ ଡାଇଅକ୍ସାଇଡ୍‌ ବରାବର ମିଥେନ୍‌ ଗ୍ୟାସ୍‌ ନିଃସରଣ କରିଥାଆନ୍ତି। ରିପୋର୍ଟରେ ଏହି କଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଯେ ଏହି ୧୦ ହଜାର ଓଟଙ୍କୁ ୫ ଦିନ ଭିତରେ ହତ୍ୟା କରାଯିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.