ପୋଲିସର ବର୍ବରତା,ନିରିହ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ

ଜଗତସିଂପୁର(କେନ୍ଯୁଜ୍): ଖାକି ବର୍ଦ୍ଦିରେ କଳଙ୍କ । ଜଗତସିଂପୁର ଥାନା ପୋଲିସର ବର୍ବରତା ଅଭିଯୋଗ । ନିରିହ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇ ଥାନାରେ ଥାର୍ଡ ଡିଗ୍ରୀ ଦେବା ସହ ହରିଜନ ଆକ୍ଟରେ ମାମଲା ରୁଜୁ କରିବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଓଡ଼ିଶୋ ପଞ୍ଚାୟତର ସରପଞ୍ଚଙ୍କ ଘରକୁ ସେହି ଗାଁର ସନ୍ତୋଷ ପ୍ରଧାନ ଓ ଲିଙ୍ଗରାଜ ଦାସ ଯାଇଥିଲେ । ସେଠାରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ସନ୍ତୋଷ ଗାଳିଗୁଲଜ କରିଥିଲା ।

jagatsingpur-2ସରପଞ୍ଚଙ୍କ ସ୍ୱାମୀ ପ୍ରଶାନ୍ତ ସେଠୀ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଜଗତସିଂହପୁର ପୋଲିସ ସନ୍ତୋଷକୁ ନପାଇ ନିରିହ ଲିଙ୍ଗରାଜକୁ ଉଠାଇ ଆଣି ଥାନାରେ ନିସ୍ତୁକ ପିଟିଥିଲା । ଲିଙ୍ଗରାଜ ଗୁରୁତର ଆହତ ହୋଇଥିବାବେଳେ ଟଙ୍କା ଅଭାବରୁ ଚିକିତ୍ସା ମଧ୍ୟ କରିପାରୁନଥିବା କହିଛନ୍ତି । ସରପଞ୍ଚଙ୍କ ପ୍ରରୋଚନାରେ ପୋଲିସ ଏଭଳି ବର୍ବର କାଣ୍ଡ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ଦାବି ହୋଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.