ସିନିୟର ଭଲ ନଖେଳିଲେ ଜୁନିୟରଙ୍କୁ ଟାର୍ଗେଟ୍ କରିବୁ : ଚୟନକର୍ତ୍ତା

ମୁମ୍ବାଇ : ଯଦି ବର୍ତ୍ତମାନ ଦଳରେ ଥିବା ଖେଳାଳି ଭଲ ଖେଳିବେ ନାହିଁ ତେବେ ଆମେ ଜୁନିୟର ଖେଳାଳିଙ୍କୁ ଟାର୍ଗେଟ୍ କରିବୁ। ଭାରତୀୟ ‘ଏ‘ ଦଳରେ ଭଲ ଖେଳୁଥିବା ଖେଳାଳିଙ୍କୁ ସିନିୟର ଦଳରେ ନେବୁ । ଏଇ ଚେତାବନୀ ଦେଇଛନ୍ତି ବିସିସି ଚୟନକର୍ତ୍ତା ଏମଏସକେ ପ୍ରସାଦ । ସେ କହିଛନ୍ତି ଇଂଲଣ୍ଡ ଠାରୁ ୧-୪ରେ ଟିମ୍ ଇଣ୍ଡିଆ ସିରିଜ୍ ହାରିବା ପରେ ଆମକୁ ବିଭିନ୍ନ ଦିଗରୁ ଚିନ୍ତା କରିବାକୁ ପଡୁଛି । ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ହେବାକୁ ଥିବା ଘରୋଇ ସିରିଜରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ସେହି ପରି ଚୁକ୍ତିରେ ଥିବା ଖେଳାଳିମାନଙ୍କର ଫିଟନେସ୍ ପରୀକ୍ଷା ମଧ୍ୟ ହେବ । ତେବେ ଇଂଲଣ୍ଡ ସିରିଜରୁ କିଛି ସକାରାତ୍ମକ ଫଳ ମଧ୍ୟ ବାହାରିଛି ବୋଲି ସେ କହିଛନ୍ତି ।

ଇଂଲଣ୍ଡ ସିରିଜରେ ଓପ୍ନର ଫେଲ ମାରିଲେ । ସେହିପରି ଇଂଲଣ୍ଡର ଶେଷ ଭାଗ ବ୍ୟାଟସମ୍ୟାନଙ୍କୁ ଆମ ବୋଲର ଆଉଟ୍ କରି ପାରିଲେ ନାହିଁ । ଏଭଳି ବିଫଳତା ଦଳ ପାଇଁ ଭାରି ପଡ଼ିଲା ବୋଲି ପ୍ରସାଦ କହିଛନ୍ତି । ଅଷ୍ଟ୍ରେଲିଆ ସିରିଜ୍ ପାଇଁ ବ୍ୟାଟିଂ ବିଭାଗକୁ ଆହୁରି ଦୃଢ କରାଯିବ ଏବଂ ଦଳକୁ ଅଧିକ ଅଭ୍ୟାସ ମ୍ୟାଚ୍ ଖେଳିବାର ବ୍ୟବସ୍ଥା କରାଯିବ ବୋଲି ପ୍ରସାଦ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.