Below header

ମରିନି ମାନବିକତା , କାନ୍ଧରେ ବୋହି ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଏହି ପୋଲିସ୍ କର୍ମୀ

ନିଜର ଖରାପ ବ୍ୟବହର ଏବଂ ଦାଦାଗିରି ପାଇଁ ଅନେକ ସମୟରେ ନିନ୍ଦିତ ଉତ୍ତର ପ୍ରଦେଶ ପୋଲିସ୍ । ରକ୍ଷକ ବେଶରେ ଥିବା ଭକ୍ଷକଙ୍କ ଚେହେରାର ଭିଡିଓ ମଧ୍ୟ ବହୁ ସମୟରେ ଭାଇରାଲ୍ ହୋଇଛି । କିନ୍ତୁ ସେହି ୟୁପି ପୋଲିସର ମଣିଷ ପଣିଆର ଚେହେରା ମଥୁରାରେ ଦେଖିବାକୁ ମିଳିଛି । ଦେବଦୂତ ସାଜି ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ହସ୍ପିଟାଲରେ ପହଂଚାଇଥିବା ଏହି ଅଫିସର୍ ଏବେ ପାଲଟିଯାଇଛନ୍ତି ସୋସିଆଲ୍ ମିଡିଆର ନୂଆ ହିରୋ । ଏହା ସହ ଅନ୍ୟ ପୋଲିସ୍ କର୍ମୀଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ସୂଚନା ଅନୁସାରେ, ମଥୁରା ରେଲୱେ ଜଙ୍କସନରେ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ଏବଂ ମହିଳାଙ୍କ ସ୍ବାମୀ ସାହାଯ୍ୟ ପାଇଁ ଲୋକମାନଙ୍କୁ ଗୁହାରୀ କରୁଥିଲେ । ହେଲେ ସାହାଯ୍ୟ ତ ଦୂରର କଥା କେହି ଦର୍ଶକ ସାଜି ଦେଖୁଥିଲେ । ଠିକ୍ ସେହି ସମୟରେ ଦେବଦୂତ ସାଜି ପହଂଚିଥିଲେ ଏସଓ ହାଥରସ ସିଟି ସୋନୁ କୁମାର । ସୋନୁ କୁମାର ପ୍ରଥମେ ଆମ୍ବୁଲାନ୍ସକୁ କଲ୍ କରିଥିଲେ । କିନ୍ତୁ କୌଣସି କାରଣବସତଃ ଆମ୍ବୁଲାନ୍ସ ପହଂଚିପାରିନଥିଲା । ଏହା ପରେ ଏକ କାର୍ ଯୋଗେ ହସ୍ପିଟାଲରେ ପହଂଚିଥିଲେ ।

up policeକିନ୍ତୁ ହସ୍ପିଟାଲରେ ପହଂଚିବା ପରେ ଷ୍ଟ୍ରେଚର୍ ମିଳିନଥିଲା । ଏହା ପରେ ବିଳମ୍ବ ନକରି ମହିଳାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମହିଳାଜଣକ ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କ ଅବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.