ବିଧାନସଭାର ସ୍ୱାଧୀକାର କମିଟି ଆଗରେ ହାଜର ହେଲେ ଓଟିଭିର ଏମଡି ଜଗୀ ମଙ୍ଗତ ପଣ୍ଡା

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭାର ସ୍ୱାଧୀକାର କମିଟି ଆଗରେ ହାଜର ହେଲେ ଓଟିଭିର ଏମଡି ଜଗୀ ମଙ୍ଗତ ପଣ୍ଡା। ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଗୀ ମଙ୍ଗତ ପଣ୍ଡା ନିଜ ପକ୍ଷ ରଖିଛନ୍ତି । କିନ୍ତୁ କମିଟି କେଉଁ କେଉଁ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ, ଆଉ ଜବାବରେ ଜଗି କଣ କହିଛନ୍ତି ତାହା ଅସ୍ପଷ୍ଟ ରହିଛି। ଓଟିଭିରେ ଗତ ବର୍ଷ ନଭେମ୍ବର ୧୯ ତାରିଖରେ ପ୍ରସାରିତ ଏକ ଖବର ଗୃହର ପରମ୍ପରା ଓ ସ୍ୱାଧୀକାର ଭଙ୍ଗ କରୁଥିବା ଅଭିଯୋଗରେ ସ୍ୱାଧୀକାର ନୋଟିସ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ବାଚସ୍ପତି ଏହାକୁ ଗ୍ରହଣ କରିବା ସହ ଓଟିଭିକୁ କୈଫିୟତ ମାଗିବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଜାରି ହୋଇଥିଲା। ଆଜି ବୈଠକ ସରିବା ପରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବୈଠକରେ ପ୍ରସାରିତ ଖବରକୁ ନେଇ ଆଲୋଚନା ହୋଇଛି, କିନ୍ତୁା ସମ୍ପୂର୍ଣ୍ଣ ହୋଇନାହିଁ। ଏନେଇ ପରବର୍ତ୍ତୀ ବୈଠକରେ ପୁଣି ଆଲୋଚନା ହେବ । କିନ୍ତୁ କମିଟିରେ କଣ ଆଲୋଚନା ହେଲା, ଆଉ କଣ ପକ୍ଷ ରଖିଲେ ତାହା ଜଗୀ ସ୍ପଷ୍ଟ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.