Below header

ଜଟିଳ ହେଉଛି କର୍ଣ୍ଣାଟକ ରାଜନୀତି : କଂଗ୍ରେସ ବୟାନ ନେଇ ଅସନ୍ତୁଷ୍ଟ କୁମାରସ୍ୱାମୀ

ନୂଆଦିଲ୍ଲୀ : ମହାମେଣ୍ଟ ଫର୍ମୁଲାରେ ଗଠନ ହୋଇଥିବା କଂଗ୍ରେସ ଓ ଜେଡିଏସ୍ ସରକାର ପ୍ରତି ବଢୁଛି ସଂକଟ । ଲଗାତାର ଲାଗିରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସେ କହିଛନ୍ତି କଂଗ୍ରେସ ସୀମା ଲଂଘନ କରୁଛି । କଂଗ୍ରେସ ବିଧାୟକ ଈଔଚ ସହ ଲିଙ୍କରେ ଅଛନ୍ତି । କଂଗ୍ରେସ ନିଜ ବିଧାୟକଙ୍କ ଉପରେ ନିୟନ୍ତ୍ରଣ ରଖିବା ଦରକାର ।

କଂଗ୍ରେସ ବିଧାୟକ ଏସ୍.ଟି ସୋମଶେଖର କହିଛନ୍ତି, କୁମାରସ୍ୱାମୀ ସେମାନଙ୍କ ନେତା ନୁହନ୍ତି, ବରଂ କଂଗ୍ରେସର ସିଦ୍ଧରମେୟା ସେମାନଙ୍କ ନେତା । ଏନେଇ ଏଚ.ଡି କୁମାରସ୍ୱାମୀ ଜବାବ ଦେଇ କହିଥିଲେ, କଂଗ୍ରେସକୁ ଏସବୁ ଘଟଣା ଉପରେ ଦୃଷ୍ଟି ଦେବାକୁ ପଡ଼ିବ । ଯଦି ସେମାନେ ଏଭଳି ମନ୍ତବ୍ୟ ଦେବା ଜାରି ରଖନ୍ତି ତେବେ ମୁଁ ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛି । ସେପଟେ ଘଟଣା ଉପରେ ନଜର ରଖିଛି କଂଗ୍ରେସ । କୁମାରସ୍ୱାମୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଉଥିବା କଂଗ୍ରେସ ବିଧାୟକ ଏସଟି ସୋମଶେଖରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏନେଇ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ କେ.ସି.ବେଣୁଗୋପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.