Below header

ଜାଣନ୍ତୁ ଦୋକାନରେ ସବୁ ଘଣ୍ଟାରେ କାହିଁକି ବାଜିଥାଏ ୧୦:୧୦

ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିଥିବ ଯେ ସବୁ ଘଣ୍ଟାରେ କାହିଁକି ୧୦.୧୦ ହୋଇଥାଏ। ଆପଣ କୌଣସି ବିଜ୍ଞାପନ କିମ୍ବା ଘଣ୍ଟା ଦୋକାନରେ ଏହା ଦେଖିଥିବେ। କିନ୍ତୁ କଣ କେବେ ଭାବିଛନ୍ତି ଏମିତି କାହିଁକି ହୋଇଥାଏ ବା ଏହି ସମୟ କାହିଁକି ଦେଖାଯାଇଥାଏ। ଅନ୍ୟ କିଛି ସମୟ ମଧ୍ୟ ଦିଆ ଯାଇପାରଥାନ୍ତା, ଏହି ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଆସୁଥିବ।

ଆସନ୍ତୁ ଜାଣିବା ଏହି ଖାସ କାରଣ

-ଏହି ସମୟରେ ‘ଆବ୍ରାହମ ଲିଙ୍କନ’ଙ୍କର ମୃତ୍ୟୁ ହୋଇଥିଲା। ଏହା ବିଷୟରେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ମଧ୍ୟ ରହିଛି। ଆବ୍ରାହମଙ୍କ ମୃତ୍ୟୁ ସମୟରେ ଘଣ୍ଟାରେ ରାତି ୧୦.୧୦ ବାଜିଥିଲା।

-ଏହି ସମୟରେ ଘଣ୍ଟାର କଣ୍ଟା ଏକ ସନ୍ତୁଳିତ ଆକାରରେ ରହିଥାଏ ଏବଂ ମନୋବିଜ୍ଞାନ ଅନୁସାରେ ଆମେ ଜିନିଷକୁ ଦେଖିବକୁ ଅଧିକ ପସନ୍ଦ କରିଥାନ୍ତି।

smile-ଯେତେବେଳେ ଏହି ସମୟରେ ଆପଣ ଘଣ୍ଟାକୁ ଦେଖିବେ, ସେତେବେଳେ ଘଣ୍ଟା ହସୁଥିବା ଭଳି ଆପଣଙ୍କୁ ଦେଖାଯିବ। ଆପଣ ହସୁଥିବା ସ୍ମାଇଲୀକୁ ତ ଦେଖିଥିବେ, ଘଣ୍ଟା ସେହି ସମୟରେ ବିଲକୁଲ ସେହିଭଳି ଦେଖାଯାଉଥାଏ।

ଏହା ସହ ପଢ଼ନ୍ତୁ : ବିଶ୍ବର ପ୍ରଥମ ମହାକାଶ ହୋଟେଲ୍ କରିବ ଆମେରିକା‌: ଦେବ ୧୨ ଦିନିଆ ଟୁର୍‌ ପ୍ୟାକେଜ୍‌

-ଘଣ୍ଟାରେ ଯେତେବେଳେ ୧୦.୧୦ ହୋଇଥାଏ, ସେତେବେଳେ ଏକ ସଂକେତ ସେଠାରେ ଦେଖାଯାଇଥାଏ ଯାହା । ଏହାର ସଂକେତ ବିଜୟ ର ହୋଇଥାଏ।

-ଏହି ସମୟରେ ଘଣ୍ଟାରେ ଥିବା ବାକି ଜିନିଷ, ଯଥା ବ୍ରାଣ୍ଡର ନାମ, କମ୍ପାନୀର ଲୋଗୋ ଭଲଭାବେ ଦେଖାଯାଇଥାଏ। ଏଥିପାଇଁ ଘଣ୍ଟାରେ ୧୦.୧୦ ହେବାର କାରଣ ଏହା ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.