Below header

ଯାଜପୁର: ଲକ ଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ହାତରେ ଲାଠି ଧରି ଆଇନ ଉଲଙ୍ଘନକାରୀଙ୍କୁ କଲେ ତାଗିଦ୍

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲ୍ଲାପାଳ ରଞ୍ଜନ ଦାସ । ସାରା ଜିଲ୍ଲାରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା ଗହଳି କରି କୋରୋନା ସଂକ୍ରମଣକୁ ବଢ଼ାଉଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯାଜପୁର ସହରର ଗାନ୍ଧିଛକ,ବାଳାଶ୍ରମ ପଡିଆ, ଗରିଆପୁର,ତ୍ରିଲୋଚନେଶ୍ୱର ମନ୍ଦିର,ସାନ ବଜାର ଅଞ୍ଚଳରେ ପହଞ୍ଚି ଅଯଥା ଗହଳି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସାବାଡ କରିଥିଲେ ।

jajpur collector

ଘର ଛାଡି ପଦାକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଥିଲେ । ଆସନ୍ତାକାଲି ଠାରୁ ସହରରେ କୌଣସି ମଟର ସାଇକେଲ ଚଳାଚଳ କରିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ଜିଲାପାଳ । ଲକ ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଜିଲ୍ଲାର ୨୮ ଜଣଙ୍କ ବିରୋଧରେ ଆଜି ଫୌଜଦାରି ମକଦ୍ଦମା ରୁଜୁ ହୋଇଛି । ଏହିଭଳି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.