ଯାଜପୁର: ଉଦୟପୁର ଗାଁର ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା, ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ: କେନ୍ୟୁଜ ର ପ୍ରଭାବ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁ ଶିକୁଳିରେ ବନ୍ଧା ଯୁବକଙ୍କ ଘଟଣା । ପିଡୀତଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପରିବାରଙ୍କୁ ଭେଟି ବିଜୁ ପକ୍କା ଘର ସହ ରେସନ କାର୍ଡ ପ୍ରଦାନ କରିଛନ୍ତି। ରମାକାନ୍ତଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଜିଲ୍ଲାପାଳ ପରିବାର ବର୍ଗଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଗାଁର ରମାକାନ୍ତ ବେହେରା ୩୦ବର୍ଷ ହେଲା ବନ୍ଧା ହୋଇଥିଲେ। ସରକାରୀ ଯୋଜନା ପାଇବା ପାଇଁ ଆଧାର କାର୍ଡ଼ ଜରୁରୀ ଥିବାରୁ ସ୍ଥାନୀୟ ଜନ ସେବା କେନ୍ଦ୍ରରୁ ରମାକାନ୍ତଙ୍କ ଘରେ ଆସି ଆଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।