Below header

ଘରେ ମିନିଟରେ ପ୍ରସ୍ତୁତ କରନ୍ତୁ ପନୀର ସପୁରୀ ଟିକ୍କା

ଯଦି ଆପଣ କାହାକୁ ଡିନରରେ ନିମନ୍ତ୍ରଣ କରିଛନ୍ତି ବା ଆପଣଙ୍କୁ କିଛି ସ୍ପେଶାଲ ଡିସ୍‌ ବନାଇବାର ଅଛି ତେବେ ଆପଣ ପନୀର ଆନାନାସ୍‌ ଟିକ୍କା ନିଶ୍ଚୟ ଟ୍ରାଏ କରିପାରିବେ। ସାଧାରଣତଃ ଲୋକମାନେ ବଜାରରୁ ପନୀର ଟିକ୍କା ଅର୍ଡର କରି ଖାଇଥାନ୍ତି କିନ୍ତୁ ତାହା ଖାଇଲା ବେଳକୁ ଥଣ୍ଡା ହୋଇଯାଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଘରେ କେମିତି ପନୀର ଟିକ୍କାର ମଜା ନେଇପାରିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଆବଶ୍ୟକୀୟ ସାମଗ୍ରୀ

-ଅଧା କିଲୋ ପନୀର

-୩୦୦ ଗ୍ରାମ ଦହି

-ଅଧା ଚାମଚ ଛୋଟ କଟା ହୋଇଥିବା ଅଦା

-ଲୁଣ ସ୍ୱାଦାନୁସାରେ

-ଗୋଟିଏ ଲାଲ ସିମଲା ଲଙ୍କା

-ଗୋଟିଏ ସବୁଜ ସିମଲା ଲଙ୍କା

-ସପୁରୀର ଚାରି ପାଞ୍ଚଟି ଛୋଟ ଖଣ୍ଡ

-୫୦ ଗ୍ରାମ ଫ୍ରେସ କ୍ରୀମ୍‌

-ଏକ ଚାମଚ ପେଶା ହୋଇଥିବା କଳା ମରୀଚ

-ଦୁଇ ଚାମଚ ଚିନି

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଷ୍ଟଫିଂ ପାଇଁ ମଝିରେ ଛିଦ୍ର କରିଦିଅନ୍ତୁ।

-ସପୁରୀର ଚୋପା ଛଡାଇ ଗାଇଡିଂ କରିଦିଅନ୍ତୁ। ଏହାସହିତ ଆଉ କିଛି ଛୋଟ ଖଣ୍ଡ କାଟି ରଖନ୍ତୁ।

-ପନୀରରେ ଏହାର ଷ୍ଟଫିଂ କରନ୍ତୁ। ଏକ ପାତ୍ରରେ ସପୁରୀ ପେଷ୍ଟ ଏବଂ ଦହିକୁ ମିଶାଇ ଦିଅନ୍ତୁ। ପେଷ୍ଟରେ ଅଦା, ଲୁଣ, ଫ୍ରେସ କ୍ରୀମ ଏବଂ କଳା ମରୀଚ ମିଶାଇ ଦିଅନ୍ତୁ।

-ସବୁଜ ଏବଂ ଲାଲ ସିମଲା ଲଙ୍କାକୁ କାଟି ଦିଅନ୍ତୁ ଏବଂ ପନୀର ସହିତ ଷ୍ଟଫିଂ କରନ୍ତୁ। ଏହାପରେ ୧୫-୨୦ ମିନିଟ ପାଇଁ ଛାଡି ଦିଅନ୍ତୁ।

-ଏହାପରେ ପନୀର ଉପରେ ସପୁରୀ ଖଣ୍ଡ ଏବଂ ଲୁଣ ପକାଇ ଦିଅନ୍ତୁ।

-ଏବେ ପନୀର, ସବୁଜ ଏବଂ ଲାଲ ସିମଲା ଲଙ୍କା ଓ ସପୁରୀକୁ ଏକାସାଥିରେ ମିଶାଇ ତନ୍ଦୁରରେ ପକାନ୍ତୁ।

-ଏହାପରେ ଓଭନରେ ହାଲୁକା ଭାବରେ ପ୍ରାୟ ୧୦ ମିନିଟ ରଖିବା ପରେ ପ୍ଲେଟକୁ କାଢ଼ି ସସ୍‌ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.