Below header

ବହୁଚର୍ଚ୍ଚିତ ଯାଜପୁର ଡଙ୍କାରୀ ପାହାଡରେ ଜିଲ୍ଲା ପ୍ରଶାସନର ଚଢାଉ, ସିଲ୍ ହେଲା ବେଆଇନ ଖାଦାନ

ଯାଜପୁର(କେନ୍ଯୁଜ୍): ଯାଜପୁରର ବହୁଚର୍ଚ୍ଚିତ ଡଙ୍କାରୀ ପାହାଡରେ ଜିଲ୍ଲା ପ୍ରଶାସନର ଚଢାଉ । ବେଆଇନ ଭାବେ ଚାଲିଥିବା ଖାଦାନକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଏହା ସହ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ୪ଟି ଖାଦାନର ଲିଜ୍‌କୁ ବାତିଲ କରିଛି ପ୍ରଶାସନ । ଏହି ଚଢାଉରେ ଜିଲ୍ଲାପାଳ, ଏସ୍‌ପି ଓ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ ।

jajpurଏଥିସହିତ ସଂଲଗ୍ନ କ୍ରସର ୟୁନିଟ୍ ଗୁଡିକୁ ମଧ୍ଯ ସିଲ୍ କରାଯାଇଛି । ପୂର୍ବରୁ ଏଠାରେ ଚାଲିଥିବା ବେଆଇନ ଖଣି ଉତ୍ତୋଳନକୁ ବନ୍ଦ କରିବାକୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ ନିକଟରେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ଏହି ବେଆଇନ୍ କାରବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ରାଜ୍ଯପାଳ ଗଣେଶୀ ଲାଲ ମଧ୍ଯ ଏହାର ଅନୁଧ୍ଯାନ କରିବାକୁ ହସ୍ତକ୍ଷେପ କରିଥିଲେ । ଏଠାରେ ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଅଶୋଧିତ ତୈଳ ପ୍ରକଳ୍ପ ନିର୍ମାଣ ପାଇଁ ଏହି ସ୍ଥାନ ନିରୁପଣ କରାଯାଇଛି । ଏଥିନେଇ ପ୍ରଶାସନିକ ତତ୍ପରତା ମଧ୍ଯ ପ୍ରକାଶ ପାଇଛି । ୪ଶହ ଏକର ପରିମିତ ସ୍ଥାନରେ ଏହା ନିର୍ମାଣ ହେବାକୁ ଥିବାବେଳେ ସରକାର ଏନେଇ ବଜେଟରେ ୪ହଜାର କୋଟି ଟଙ୍କା ବ୍ଯୟବରାଦ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.