ପତ୍ନୀଙ୍କୁ ଧୋକା ଦେଇ ମୋ ସହ ଥିଲେ ଲିଭ୍ ଇନରେ : ଶ୍ରୀଶାନ୍ତଙ୍କୁ ନେଇ ଚାଂଚଲ୍ୟକର ଖୁଲାସା କଲେ ପୂର୍ବତନ ପ୍ରେମିକା

ବିଗ୍ ବସର ସିକ୍ରେଟ୍ ରୁମରୁ ନିଜର ଗେମ୍ ଖେଳୁଛନ୍ତି ଶ୍ରୀଶାନ୍ତ । ପୂର୍ବତନ କ୍ରିକେଟ୍ ଖେଳାଳିଙ୍କୁ ଦର୍ଶକଙ୍କ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଏହା ସହ ଘରର ଅନ୍ୟ ପ୍ରତିଯୋଗୀଙ୍କ ସହଯୋଗ ମିଳୁଛି ଶ୍ରୀଶାନ୍ତଙ୍କୁ । ଏପରିକି ଶ୍ରୀଶାନ୍ତଙ୍କ ରାଗ ବ୍ୟବହାରକୁ ମଧ୍ୟ ଅଣଦେଖା କରୁଛନ୍ତି ସଲମାନ୍ । ମୋଟାମୋଟି କହିବାକୁ ଗଲେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି ଶ୍ରୀଶାନ୍ତ ।

nikeshaତେବେ ଏହା ମଧ୍ୟରେ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି ଶ୍ରୀଶାନ୍ତଙ୍କ ପୂର୍ବତନ ପ୍ରେମିକା ନିକେଶା ପଟେଲ୍ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିକେଶା କହିଛନ୍ତି, ବ୍ରେକଅପ୍ ପରେ ଯଦିଓ ମୁଁ ଶ୍ରୀଶାନ୍ତଙ୍କୁ ଦେଖା କରିନି କିନ୍ତୁ ତାଙ୍କୁ ବିଗ୍ ବସରେ ତାଙ୍କୁ ଦେଖୁଛି । ନ୍ୟାସନାଲ୍ ଟେଲିଭିଜନରେ ବଡ଼ ମିଛ ଶ୍ରୀଶାନ୍ତ କହିଥିବା କହିଛନ୍ତି ନିକେଶା ।

ସୋ ରେ ଶ୍ରୀଶାନ୍ତ କହିଛନ୍ତି ବିବାହର ୭ ପୂର୍ବରୁ ନିଜ ପତ୍ନୀ ଭୁବନେଶ୍ବରୀଙ୍କ ସହ ରିଲେସନସିପରେ ଥିଲେ । ଏକଥା ଶୁଣିବା ପରେ ନିକେଶା କହିଛନ୍ତି ମୁଁ ଆଶ୍ଚର‌୍ୟ୍ୟ ଯେ ଏହି ୭ ବର୍ଷ ମଧ୍ୟରେ ସେ ମୋ ସହ ଏକ ବର୍ଷ ଯାଏଁ ଲିଭ୍ ଇନ୍ ରିଲେସନସିପରେ କାହିଁକି ଥିଲେ । ନିକେଶା ଏକଥା ମଧ୍ୟ କହିଛନ୍ତି ବିନା କାରଣରେ ଶ୍ରୀଶାନ୍ତ ତାଙ୍କ ସହ ବ୍ରେକ୍ ଅପ୍ କରିଥିଲେ । ଶ୍ରୀଶାନ୍ତ ସେପରି ମହାନ୍ ନୁହେଁ ଯେପରି ବିଗ୍ ବସରେ ନିଜକୁ ଦେଖାଉଛନ୍ତି ।

Sreesanth-and-Bhuvneshwari-Kumariସୂଚନାଯୋଗ୍ୟ ଶ୍ରୀଶାନ୍ତଙ୍କ ପତ୍ନୀ ଭୁବନେଶ୍ବରୀ ରାଜସ୍ଥାନର ରାଜ ପରିବାରଙ୍କ ସମ୍ପର୍କୀୟ । ଶ୍ରୀଶାନ୍ତଙ୍କଠାରୁ ୯ ବର୍ଷ ସାନ ଭୁବନେଶ୍ବରୀ । ଉଭୟ ବିବାହ ପୂର୍ବରୁ ୭ ବର୍ଷ ଯାଏ ପରସ୍ପରକୁ ଡେଟ୍ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.