ଯାଜପୁର: ହାଥରସରେ ରାହୁଲ ଗାନ୍ଧୀଙ୍କୁ ୟୁପି ପୋଲିସ ଠେଲାପେଲା ଓ ଅଟକ ଘଟଣାରେ କଂଗ୍ରେସର ପ୍ରତିବାଦ ଓ କୁଶପୁତଳିକା ଦାହ

ଯାଜପୁର ଟାଉନ(କେନ୍ୟୁଜ୍): ହାଥରସରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସମବେଦନା ଜଣାଇବା ପାଇଁ ରାହୁଲ ଗାନ୍ଧୀ ଯାଉଥବା ସମୟରେ ୟୁପି ପୋଲିସ ଠେଲାପେଲା ଓ ଅଟକ ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ କୁଶପୁତଳିକା ଦାହ। ଯାଜପୁର ବିଧାନସଭା ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧି ପ୍ରତିମୂର୍ତି ନିକଟରେ ପ୍ରତିବାଦ କରିଥିଲେ ।
ପରେ ଏକ ପ୍ରତିବାଦ ଯାତ୍ରାରେ ଆସି ଡିଆରଡିଏ ଅଫିସ ସମ୍ମୁଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ପୂର୍ବତନ ସାଂସଦ ଅଂଚଳ ଦାସ, ପଦ୍ମାକର ଗୁରୁ, ବଳଭଦ୍ର ଦାସ, ଯୁବ କଂଗ୍ରେସ ସଭାପତି ସନ୍ତୋଷ ବେହେରା, ବିଭୁତି ମହାପାତ୍ର, ହୃଷିକେଶ ପତି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତିବ୍ର ନିନ୍ଦା କରିଥିଲେ ।